Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାତିକୁ ଚଟକଣୀ ମାରିବାରୁ ପୁଅର ଗୋଟିଏ ପାହାରରେ ଚାଲିଗଲା ବାପାର ଜୀବନ

by ସଞ୍ଜୟ ସ୍ୱାଇଁ
July 13, 2021
in Crime, NATIONAL NEWS
ନାତିକୁ ଚଟକଣୀ ମାରିବାରୁ ପୁଅର ଗୋଟିଏ ପାହାରରେ ଚାଲିଗଲା ବାପାର ଜୀବନ
197
VIEWS
Share on FacebookShare on Twitter

କୁଶଲଗଡ, (ବାଘୁଆବାର୍ତ୍ତା): ରାଜସ୍ଥାନ କୁଶଲଗଡରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। କୁଶଲଗଡ ବଂଶୱାରା ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ଚାପୁଡ଼ା ମାରିବା କାରଣରୁ ନିଜ ବାପାଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି। ରବିବାର ରାତିରେ ୫୦ ବର୍ଷ ବୟସ୍କ ଭେଷ୍ଟା ନିଜ ୮ ବର୍ଷର ନାତିଙ୍କୁ ଚାପୁଡ଼ା ମାରିଥିଲେ। ନାତିଟି ତାଙ୍କ ସହ ଦୁର୍ବ୍ୟବହାର କରିଥିଲା। ଜେଜେ ହିସାବରେ ସେ ନାତିକୁ ଆକଟ କରିବାକୁ ତାକୁ ଗୋଟିଏ ଚାପୁଡ଼ା ମାରିଦେଇଥିଲେ। ବାଳକଟିର ପିତା ଜୟନ୍ତୀ ଲାଲ ଶନିବାର ଅହମ୍ମଦାବାଦରୁ ଫେରିଥିଲେ। ଜୟନ୍ତୀ ଲାଲ ସେଠାରେ ଦିନ ମଜୁରିଆ ଭାବେ କାମ କରନ୍ତି। ଘଟଣା ଘଟିବା ସମୟରେ ସେ ବାହାରେ ଥିଲେ। କୁଶଲଗଡ ସର୍କଲ ଇନ୍ସପେକ୍ଟର ପ୍ରଦୀପ କୁମାର କହିଛନ୍ତି ଯେ ଜେଜେବାପା ଠାରୁ ଚାପୁଡ଼େ ମାଡ ଖାଇବା ପରେ ବାଳକଟି ନିଜର ଜଣେ ପଡ଼ୋଶୀଙ୍କ ପାଖକୁ ଯାଇ ବାପାଙ୍କୁ ଡାକିବାକୁ କହିଥିଲା। ଖବର ପାଇ ଜୟନ୍ତୀ ଲାଲ ଘରେ ଆସି ପହଞ୍ଚିଥିଲେ। ଘରକୁ ଆସିବା ପରେ ପୁଅ ତାଙ୍କୁ କହିଥିଲା ଯେ ଜେଜେବାପା ତାକୁ ଚାପୁଡ଼ା ମାରିଲେ। ପୁଅ ମୁହଁରୁ ଏସବୁ ଶୁଣି ଜୟନ୍ତୀ ଲାଲ ରାଗିଗଲେ ଓ ବାପାଙ୍କ ସହ ମୁହାଁମୁହିଁ ହୋଇଥିଲେ। କେବଳ ସେତିକି ନୁହେଁ, ସେ ଏତେ ରାଗିଯାଇଥିଲେ ଯେ ନିଜ ବାପାଙ୍କୁ ଏକ ବାଡିରେ ପିଟିଥିଲେ। ପୁଅଠୁ ମାଡ ଖାଇବା ପରେ ଭେଷ୍ଟା ବେହୋସ ହୋଇଯାଇଥିଲେ। ବାପା ବେହୋସ ହେବାପରେ ବି ପୁଅର ମନ ତରଳି ନଥିଲା। ବାପାର ଏହିଭଳି ଅବସ୍ଥା ଦେଖି ସେ ବାପାଙ୍କୁ ହସ୍ପିଟାଲ ମଧ୍ୟ ନେଇନଥିଲା। ପ୍ରଦୀପ କୁମାର କହିଛନ୍ତି ବାପା ପୁଅର ଝଗଡା ମଧ୍ୟରେ ଭେଷ୍ଟା ବେହୋସ ହୋଇଯାଇଥିଲେ। ଜୟନ୍ତୀ ଲାଲ ପୋଲିସକୁ କହିଛି ଯେ ସେ ପରଦିନ ସକାଳୁ ବାପାଙ୍କୁ ହସ୍ପିଟାଲ ନେବାକୁ ଚାହୁଁଥିଲା କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସର୍କଲ ଇନ୍ସପେକ୍ଟର ପ୍ରଦୀପ କୁମାର କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା ରହିଛି। ମାମଲାରେ ଜୟନ୍ତୀ ଲାଲକୁ ଗିରଫ କରାଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠିଛି, ନାତି ନାତୁଣୀଙ୍କ ଉପରେ କଣ ଜେଜେବାପା-ଜେଜେମା, ଅଜାଆଈର କୌଣସି ଅଧିକାର ନାହିଁ ? ପିଲା ଅଭାଦ୍ରାମୀ କଲେ, ଦୁଷ୍ଟାମୀ କଲେ କଣ ସେମାନେ ତାକୁ ଆକଟ କରିବାକୁ ଚାପୁଡ଼େ ମାରିବେନି ? ନିଜ ନାତି ଉପରେ ନିଜର ଅଧିକାର ଭାବି ଚାପୁଡ଼େ ମାରିଦେବା ବୁଢା ଜେଜେବାପାଙ୍କ ବହୁତ ମହଙ୍ଗା ପଡିଥିଲା। ଏହି ସାମାନ୍ୟ କଥା ପାଇଁ ସେ ନିଜ ଜନ୍ମିତ ପୁଅ ଠାରୁ ମାଡ ଖାଇଲେ ଏବଂ ଜୀବନ ମଧ୍ୟ ହାରିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!