Monday, June 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଡିରେ ସେନ୍ସର ଅଛି କି ନାହିଁ ଜାଣିବା ପାଇଁ ଚୋରର ଅଭିନବ ପ୍ରୟାସ

by ସଞ୍ଜୟ ସ୍ୱାଇଁ
September 28, 2021
in Crime, State
ଗାଡିରେ ସେନ୍ସର ଅଛି କି ନାହିଁ ଜାଣିବା ପାଇଁ ଚୋରର ଅଭିନବ ପ୍ରୟାସ
155
VIEWS
Share on FacebookShare on Twitter

ନିଶ୍ଚିତକୋଇଲି, (ବାଘୁଆବାର୍ତ୍ତା): ଗାଡିରେ ସେନ୍ସର ଅଛି କି ନାହିଁ ଜାଣିବା ପାଇଁ ଚୋରର ଅଭିନବ ପ୍ରୟାସ। ଗାଡି ଆଗରେ ନାଚିଲା, ଛଣ ଗାଡି ଉପରକୁ ଫୋପାଡିଲା। ତାହା ପରେ ଚୋରି ଉଦ୍ୟମ କଲା। କିନ୍ତୁ ଶେଷରେ ଗ୍ରାମବାସୀଙ୍କ ହାତରେ ଚୋର ଧରା ପଡିଥିଲା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ପିପି କଲେଜ ଛକ ନିକଟରେ ଏହା ଦେଖିବାକୁ ମିଳିଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ପିପି କଲେଜ ଛକ କୁ ରାତି ଅଧରେ ଆସିଥିଲା ଡ୍ୟାନ୍ସିଂ ଚୋର। ବାହାରେ ବୋଲେରୋ ଗାଡି ପାଖରେ ପାଗଳ ଭଳି ଅଭିନୟ କରି ନାଚ କରିବା ସହ ଗାଡ଼ି ଉପରକୁ ଛଣ ପକାଉଥିଲା। ତାରି ଭିତରେ ସେ ଏପଟ ସେପଟକୁ ଦେଖି ସ୍ଥିତି ପରଖୁଥିଲା। ଦେଖୁଥିଲା ଗାଡ଼ିରେ ସେନ୍ସର କାମ କରୁଛି କି ନାହିଁ। କେଉଁ ଆଡେ କିଏ ଅଛନ୍ତି କି ନାହିଁ। ଯଦି ସେନ୍ସର ଶବ୍ଦ ହୋଇଥାନ୍ତା ତେବେ ଆହୁରି ଅଧିକ ପାଗଳଙ୍କ ଭଳି ଅଭିନୟ କରିଥାନ୍ତା। କିନ୍ତୁ ସେନ୍ସର ନ ଥିବାରୁ ଚୋର ସାଙ୍ଗରେ ଆଣିଥିବା ଚାବିରେ ଗାଡି ଡୋର ଖୋଲିଲା ଆଉ ଗାଡି ଭିତରକୁ ଯାଇ ଷ୍ଟାର୍ଟ କଲା। ଏତିକି ବେଳେ ଘରଲୋକ ଉଠି ପଡିଲେ। ଆଉ ତାପରେ ଘର ଲୋକଙ୍କୁ ଦେଖି ଚୋରଟି ଦୌଡ଼ିବାକୁ ଲାଗିଲା। ବେଶ କିଛି ସମୟ ଧରି ସ୍ଥାନୀୟ ଲୋକେ ଓ ଚୋର ଦୌଡାଦୌଡ଼ି ପରେ ଚୋରକୁ କାବୁ କରି ନିଶ୍ଚିନ୍ତକୋଇଲି ପୋଲିସର ଜିମା ଦେଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!