Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଥା କଟାକଟି କଳିରୁ ସ୍ତ୍ରୀ ସ୍ୱାମୀଙ୍କୁ ମାଡ଼ି ବସି ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲେ

by ସଞ୍ଜୟ ସ୍ୱାଇଁ
September 28, 2021
in Crime, State
କଥା କଟାକଟି କଳିରୁ  ସ୍ତ୍ରୀ ସ୍ୱାମୀଙ୍କୁ ମାଡ଼ି ବସି ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲେ
256
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ! ଏପରି ଅଭିଯୋଗ ଆସି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରୁ। କଥା କଟାକଟି କଳିରୁ ଏପରି ଘଟିଥିବା ଅଭିଯୋଗ ହେଉଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ବାଘନଟା ଗାଁରେ ବାସ କରନ୍ତି ରଞ୍ଜନ (ଛଦ୍ମ ନାଁ)। ଅନେକ ସମୟରେ ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା ହେଉଥିଲା। ସୋମବାର ରାତିରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ବିଳମ୍ୱିତ ରାତିରେ ରଞ୍ଜନ ତାଙ୍କ ସ୍ତ୍ରୀଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୁଣ୍ଡ ଫାଟିବା ସହିତ ଦାନ୍ତ ଭାଙ୍ଗିଛି। ଏହା ପରେ ତାଙ୍କ ଉପରେ ହୋଇଥିଲା ପ୍ରତି ଆକ୍ରମଣ। ରାଗରେ ଜର୍ଜରିତ ସ୍ତ୍ରୀ ରଞ୍ଜିତଙ୍କୁ ମାଡ଼ି ବସିଥିଲେ। ରଞ୍ଜନଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ। ଫଳରେ ସେ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ। ସାହି ଭାଇ ଏ ସମ୍ପର୍କରେ ଜାଣିପାରି ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ୱୁଲାନ୍ସ ଗାଁରେ ପହଞ୍ଚି ଗୁରୁତର ଆହତ ସ୍ୱାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ରଞ୍ଜନଙ୍କ ଚିକିତ୍ସା ଚାଲିଥିଲା ବେଳେ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମାତ୍ର ଏନେଇ ଚାନ୍ଦବାଲି ଥାନାରେ କୌଣସି ଅଭିଯୋଗ ହୋଇନାହିଁ। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ପୁଲିସ ନିଜ ଆଡ଼ୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ତିନିଟି ପିଲା ରହିଛନ୍ତି। ସବୁବେଳେ ସ୍ୱାମୀ-ସ୍ତ୍ରୀ କଳି ଲାଗୁଥିବାରୁ ତିନି ପିଲା ଜେଜେବାପାଙ୍କ ସହିତ ତାଙ୍କ ପୁରୁଣା ଘରେ ରହୁଛନ୍ତି। ସୋମବାର ରାତିରେ ଏପରି ଘଟଣା ଘଟିଥିବା ବେଳେ ପିଲାମାନେ ଘଟଣାସ୍ଥଳରେ ନଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!