ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ମନ୍ଦିରରୁ ଲୁଟ୍। ସୋମବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଉଇଲକିଶନନଗରରେ ଥିବା ଅଂଳେଇ ମନ୍ଦିରରୁ ଦୁର୍ବୃତ୍ତମାନେ ଲୁଟ୍ପାଟ୍ କରିଛନ୍ତି। ମନ୍ଦିର ଭିତରେ ପଶି ଠାକୁରାଣୀଙ୍କ ଦାନବାକ୍ସ ତାଡି ନେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ କରୁଛି। ସୂଚନାନୁଯାୟୀ, ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ଅସାମାଜିକ ଦୁର୍ବୃତ୍ତଙ୍କ ଦ୍ଵାରା ଲୁଟ୍ପାଟ୍ ଘଟଣା ବଢ଼ିବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଉଇଲକିଶନନଗରରେ ଥିବା ଅଂଳେଇ ମନ୍ଦିରରୁ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି। ମନ୍ଦିରରେ ପଶି ଦାନବାକ୍ସରୁ ଭକ୍ତଙ୍କ ଦୁଇ ବର୍ଷର ଦାନ ଟଙ୍କା, ମନ୍ଦିର ଭିତରୁ ଗହଣା, ଘଣ୍ଟ, ଘଣ୍ଟା, ଲୁଗାପଟା ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।






