Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୨ ଦିନ ତଳେ ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ମାଟିତଳୁ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
September 28, 2021
in Crime, State
୧୨ ଦିନ ତଳେ ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ମାଟିତଳୁ ଉଦ୍ଧାର
67
VIEWS
Share on FacebookShare on Twitter

ଲମତାପୁଟ, (ବାଘୁଆବାର୍ତ୍ତା): ୧୨ ଦିନ ତଳେ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଟିକରପଡ଼ାରେ। ମୃତ ଯୁବକ ଜଣଙ୍କ ହେଲେ ସୁବାସ ବଡ଼ନାୟକ। ତାଙ୍କୁ ୨୭ ବର୍ଷ ହୋଇଥିଲା। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟିକରପଡ଼ା ଗାଁର ଚୈତନ୍ୟ ବଡ଼ନାୟକଙ୍କ ପୁଅ ସୁବାସ ଗତ ୧୬ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଏନେଇ ପରିବାର ଲୋକେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ଗତକାଲି ସୁବାସଙ୍କ ଦାଦା କାଜୁ ବାଡ଼ିକୁ ମଇଁଷି ଚରାଇବାକୁ ଯାଇଥିବା ବେଳେ ସେଠାରେ ମାଟିତଳେ ମୃତଦେହ ପୋତା ଯାଇଥିବା ଦେଖିଥିଲେ। ଏନେଇ ସେ ଗ୍ରାମବାସୀ ଓ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ମୃତଦେହକୁ ଉଦ୍ଧାର କରିଥିଲା। ମୃତଦେହଟି ସୁବାସଙ୍କର ବୋଲି ଜଣାପଡ଼ିଥିଲା। ଏହା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ମୃତଦେହ ମିଳିଥିବା ସ୍ଥାନରେ ଥିବା ଚନ୍ଦ୍ର ଖେମୁଣ୍ଡୁଙ୍କ ଘର ଭଙ୍ଗାରୁଜା କରିଥିଲେ। ଏପରିକି ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଚନ୍ଦ୍ରଙ୍କ ବାପାଙ୍କ ଘରେ ମଧ୍ୟ ଗ୍ରାମବାସୀ ନିଆଁ ଲଗାଇଦେଇଥିଲେ ବୋଲି ଜଣାଯାଇଛି। ଚନ୍ଦ୍ର ହିଁ ସୁବାସଙ୍କୁ ମାରି ପୋତି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!