Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇଟି କାର୍‌ରେ ଭର୍ତ୍ତି କରି ନେଉଥିଲେ ଗଞ୍ଜେଇ, ବାଟରେ ଧରିଲା ପୁଲିସ

by ସଞ୍ଜୟ ସ୍ୱାଇଁ
September 27, 2021
in Crime, State
ଦୁଇଟି କାର୍‌ରେ ଭର୍ତ୍ତି କରି ନେଉଥିଲେ ଗଞ୍ଜେଇ, ବାଟରେ ଧରିଲା ପୁଲିସ
50
VIEWS
Share on FacebookShare on Twitter

ଲମତାପୁଟ, (ବାଘୁଆବାର୍ତ୍ତା): ଦୁଇଟି କାର୍‌ରେ ଭର୍ତ୍ତି କରି ଗଞ୍ଜେଇ ନେଉଥିଲେ। ଭାବିଥିଲେ କେହି ଧରିବେନି। କିନ୍ତୁ ଏହି ଚାଲ୍‌ ଫେଲ୍ ମାରିଲା। ପୁଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହିତ ୪ଜଣଙ୍କୁ ଗିରଫ କରିଛି। କୋରାପୁଟ ଜିଲ୍ଲା ଲମତାପୁଟରେ ଏପରି ଘଟଣା ଘଟିଛି। ପୁଲିସ ଗଞ୍ଜେଇ ଭର୍ତ୍ତି ଦୁଇଟି କାର ଜବତ କରିବା ସହ ୪ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ। ଏହା ସହ ପୁଲିସ ୨ଟି କାର,୭ଟି ମୋବାଇଲ ଓ ୪ହଜାର ୧୩୦ ଟଙ୍କା ଜବତ କରିଛି। ମିଳିଥିବା ସୂଚନା ଅନୁସାରେ,ଆନ୍ଧ୍ରପ୍ରଦେଶର ନର୍ସିପାଟଣା ପାଡେର ଅଞ୍ଚଳରୁ ଲମତପୁଟ ରାସ୍ତା ଦେଇ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ,ଲମତାପୁଟ ଓ ଜଲାପୁଟ ପୁଲିସ ମିଳିତ ଭାବେ ସଗର ଗାଁ ନିକଟ ଛକରେ ନାକାବନ୍ଦୀ କରି ଗାଡି ମୋଟର ଯାଞ୍ଚ କରିଥିଲେ। ଆଜି ଭୋରରୁ ଆନ୍ଧ୍ରପ୍ରଦେଶରୁ ୨ଟି କାର ଲମତପୁଟ ରାସ୍ତା ଦେଇ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା। ଏହି ସମୟରେ ପୁଲିସ ସଗର ଗାଁ ନିକଟରେ ଗାଡ଼ିଟିକୁ ଅଟକାଇଥିଲା। ପରେ ଗାଡ଼ିଟିକୁ ଯାଞ୍ଚ କଲା ବେଳେ ୨୦୦କେଜି ଗଞ୍ଜେଇ ମିଳିଥିଲା।ପୁଲିସ ଘଟଣାର ତଦନ୍ତ କରୁଛି।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!