ସୋରୋ, (ବାଘୁଆବାର୍ତ୍ତା): ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରି ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ଵର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଲୁଟ୍ପାଟ୍ ହୋଇଛି। ସୋର ଜଗନ୍ନାଥପୁର ଅଞ୍ଚଳର କାହ୍ନୁ ରାଉତ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଲୁଟେରାଙ୍କ ଆକ୍ରମଣରେ କାହ୍ନୁ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ଵର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଲୁଟ୍ ହୋଇଛି। ସୋର ଜଗନ୍ନାଥପୁର ଅଞ୍ଚଳର କାହ୍ନୁ ରାଉତ ନାମକ ଜଣେ ବ୍ୟବସାୟୀ ଟଙ୍କା କଲେକ୍ସନ କରି ଫେରୁଥିଲେ। ସେ ୧୬ନଂ ଜାତୀୟ ରାଜପଥ ଏକ ପେଟ୍ରୋଲ ପମ୍ପକୁ ଯାଉଥିବା ବେଳେ ଏକ ଆପାଚି ବାଇକ୍ରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। କାହ୍ନୁ ଗୁରୁତର ହେବାରୁ ତାଙ୍କ ଠାରୁ ୨୦ ହଜାର ଟଙ୍କା ଓ ଏକ ସୁନା ଚେନ୍ ଲୁଟି ନେଇ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇଯାଇଛନ୍ତି। କାହ୍ନୁଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ କାହ୍ନୁଙ୍କୁ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ସୋର ପୋଲିସ ଅଧିକ ତଦନ୍ତ କରୁଛି।






