ଅନୁଗୁଳ, (ବାଘୁଆବାର୍ତ୍ତା): ଚୋରି କରି ଖୁଣ୍ଟରେ ବନ୍ଧାହେଲେ ୩ ଯୁବକ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଡିଏମାଇଲ ଛକର ୨ଟି ଦୋକାନରୁ ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ୩ ଯୁବକ ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇଛନ୍ତି। ସୂଚନା ଅନୁସାରେ ରାତି ୨ଟାରେ କୋଡିଏମାଇଲ ହାଟ ଛକରେ ୩ ଜଣ ଅପରିଚିତ ଯୁବକ ଆସି ଯୁଗଳ ସାହୁଙ୍କ ହୋଟେଲ ଓ ନଗେନ ପ୍ରଧାନଙ୍କ ପାନ ମସଲା ଦୋକାନରେ ପଶି ଚୋରି କରୁଥିଲେ। ଶୋଇଥିବା ଦୋକାନୀର ପାଟି ଶୁଣି ଲୋକମାନେ ରୁଣ୍ଡ ହୋଇ ଚୋରି କରୁଥିବା ୩ ଯୁବକଙ୍କୁ କାବୁ କରି ପାଖରେ ଥିବା ବିଦ୍ୟୁତଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରିବା ସହିତ ବାଇକ, ୩ଟି ମୋବାଇଲ ଓ ଗୋଟିଏ ଭୁଜାଲି, ବିଭିନ୍ନ ବ୍ୟାଙ୍କ ଏଟିଏମ୍ କାର୍ଡ ଯୁବକଙ୍କ ପାଖରୁ ଜବତ କରିଛି।






