କାଲିମେଳା, (ବାଘୁଆବାର୍ତ୍ତା): ଗୁଣିଗାରେଡି ସନ୍ଦେହରେ ହତ୍ୟା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧିନସ୍ଥ ଏମ:ଭି ୭୯ ଥାନା ଅନ୍ତର୍ଗତ କୋଟମେଟଲା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମୃତକ ଜଣକ ହେଲେ କୋଟମେଟଲା ଗାଁର ସୁବା ପଡିଆମି । ଗତକାଲି ରାତିରେ ଗ୍ରାମର ସୁବା ପଡିଆମି (୬୧) ଘରେ ଶୋଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଘର ଭିତରେ ପଶି ଗୋଟିଏ ଧାରୁଆ ଅସ୍ତ୍ରରେ ପ୍ରଥମେ ଗଳାର ଉପର ଭାଗ ପରେ ବାମ ହାତ ହାଣି ଦେଇଥିଲା। ଫଳରେ ପ୍ରାଣ ବିକଳରେ ରକ୍ତାକ୍ତ ଅବସ୍ଥାରେ ନିକଟରେ ପୁଅ ଘରକୁ ପଳାଇ ଥିଲେ। ଘରର ଦୁଆର ମୁହଁରେ ସେ ପଡିଯାଇଥିଲେ। ସେଠାରେ ତାଙ୍କର ଜୀବନ ଚାଲିଯାଇଥିଲା। ସୁବା ପଡିଆମି ଗ୍ରାମର ବେସ ଜଣାଶୁଣା ଗୁଣିଆ ଥିଲେ। ଏହି ଗୁଣିଆ ବୃତ୍ତିକୁ ନେଇ ସୁବା ପଡିଆମି ଙ୍କୁ ଗ୍ରାମ ର କେହି ଜଣ ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ହାଣୀ ଦେଇ ଛନ୍ତି ବୋଲି ପରିବାର ଲୋକ କହିଛନ୍ତି।






