Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଡିଶା ଘର ବାହାଘରରେ ଗୁଳିକାଣ୍ଡ, ବାପା ମୃତ ପୁଅ ଗୁରୁତର

by ସଞ୍ଜୟ ସ୍ୱାଇଁ
May 9, 2021
in Crime, NATIONAL NEWS
ପଡିଶା ଘର ବାହାଘରରେ ଗୁଳିକାଣ୍ଡ, ବାପା ମୃତ ପୁଅ ଗୁରୁତର
306
VIEWS
Share on FacebookShare on Twitter

ଗୋପାଳଗଞ୍ଜ (ବାଘୁଆବାର୍ତ୍ତା): କରୋନା ସଙ୍କଟ ଏବଂ ଲକଡାଉନ ପରେ ବି ବିହାରରେ ଅପରାଧିକ ଘଟଣା କମୁନି । ଗୋପାଳଗଞ୍ଜରେ ଏକ ବିବାହ ସମାରୋହରେ କୌଣସି ବିବାଦକୁ ନେଇ ଗୁଳିକାଣ୍ଡ ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗୁଳିକାଣ୍ଡରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ପୁଅ ଏବେ ବି ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଗୁରୁତର ଅବସ୍ଥାରେ ୩ ପୁଅଙ୍କୁ ତୁରନ୍ତ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଅଧାବାଟରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । କିଛି ସମୟ ପୂର୍ବରୁ ଯେଉଁଠାରେ ବାହାଘରକୁ ନେଇ ଖୁବ ଖୁସିରେ ପରିବେଶ ଥିଲା ହଠାତ ସେଠାରେ ଏକ ଅଦ୍ଭୁତ ନୀରବତା ରହିଲା । ଘଟଣାର ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଥାନା ଅଧିକାରୀଙ୍କ କହିବା ଅନୁସାରେ, ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି ରଖିଛି । ପୀଡିତଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁରା ମାମଲା ଉଚକା ଗାଓଁ ଥାନା ଅନ୍ତର୍ଗତ ନରଟକିୟାର । ଗୁଳିକାଣ୍ଡରେ ଆହତ ହୋଇଥିବା ରୋହିତ କୁମାର ସିଂ ନାମକ ଯୁବକ କହିଛନ୍ତି, ତାଙ୍କ ପଡିଶା ଘରେ ବାହାଘରକୁ ବରଯାତ୍ରୀ ଆସିଥିଲେ । ଏହି ସମୟରେ ଗାଁର କିଛି ଲୋକଙ୍କ ସହିତ ତାଙ୍କର ବିବାଦ ହୋଇଥିଲା । ବରଯାତ୍ରୀମାନେ ଖାଇବା ସମୟରେ ଏହି ହଙ୍ଗାମା ହୋଇଥିଲା । ଦେଖୁ ଦେଖୁ ମାମଲା ଏତେ ବଢ଼ିଯାଇଥିଲା ଯେ, ଗୁଳିକାଣ୍ଡ ଯାଏଁ କଥା ପହଁଞ୍ଚିଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!