Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପପକର୍ଣ୍ଣ, ଏବିସିଡି, ଟକାଟକ୍‌, ଟେଡେମେଡେ ଇତ୍ୟାଦି ପ୍ୟାକେଟ ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ

by ସଞ୍ଜୟ ସ୍ୱାଇଁ
September 25, 2021
in Crime, State
ପପକର୍ଣ୍ଣ, ଏବିସିଡି, ଟକାଟକ୍‌, ଟେଡେମେଡେ ଇତ୍ୟାଦି ପ୍ୟାକେଟ ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ
116
VIEWS
Share on FacebookShare on Twitter

ପଦ୍ମପୁର, (ବାଘୁଆବାର୍ତ୍ତା): ବରଗଡ଼ ଆରକ୍ଷୀ ଅଧିକ୍ଷକ ପାଟଣାଗଡ଼ ରୁ ପଦ୍ମପୁର ପଟକୁ ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୁତ୍ରରୁ ଖବର ପାଇଥିଲେ ତାଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଦ୍ମପୁର ପୋଲିସ କର୍ମଚାରୀ ମାନେ ପଦ୍ମପୁର ନିକଟସ୍ଥ ଝାଙ୍କରପାଲି ଛକ ଠାରେ ଗାଡ଼ି ମଟର ଯାଞ୍ଚ କରିଥିଲେ । ଗୋଟିଏ ମାରୁତି ଇକୋ ଗାଡ଼ି ଯାହାର ନମ୍ବର ହେଉଛି OD02AW2993 ରେ ପପକର୍ଣ୍ଣ, ଏବିସିଡି, ଟକାଟକ୍‌, ଟେଡେମେଡେ ଇତ୍ୟାଦି ପ୍ୟାକେଟ ଭିତରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ସେ ଗାଡ଼ି ଭିତରେ ଆଉ ଦୁଇଟି ନମ୍ବର ପ୍ଲେଟ ମଧ୍ୟ ଥିଲା ଯାହା ନମ୍ବର CG04NJ4976 ଏହା ଛତିଶଗଡ଼ ରାଜ୍ୟ ର ନମ୍ବର, ଏଥିରୁ ସନ୍ଦେହ ହେଉଛି ଯେ ଏହି ଗଞ୍ଜେଇ ଛତିଶଗଡ଼ କୁ ଚାଲାଣ ହେଉଥିଲା । ଏହି ଗଞ୍ଜେଇ ଚାଲାଣ ବେଲେ ପୋଲିସ ୩ଜଣକୁ ଗିରଫ କରିଛି ସେମାନେ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଦୁଲମପୁର ର ମନୋଜ ତାଣ୍ଡି, ଅତାବିରା ଥାନା ଲାଦେରପାଲି ର ବିକାଶ ବାଗ ଓ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନାଗୁଲ ର ରାଜେଶ ପାତ୍ର । ଏମାନଙ୍କ ପାଖରୁ ୨୯୬ କେଜି ଗଞ୍ଜେଇ, ଗୋଟିଏ ମାରୁତି ଇକୋ କାର, ଗୋଟିଏ ଆପାଚି ମୋଟର ସାଇକେଲ, ୩ଟି ମୋବାଇଲ ଫୋନ, ନଗଦ ୬୦୦ଟଙ୍କା, ପପକନ‌୧୩ ପ୍ୟାକେଟ, ଏବିସିଡି ୩୬ ପ୍ୟାକେଟ, ରିଙ୍ଗ ୬୦ ପ୍ୟାକେଟ, ଟକାଟକ ୧୬୦ ପ୍ୟାକେଟ ଓ ଟେଡେମେଡେ ୩୦ ପ୍ୟାକେଟ ଜବତ କରିଛି ପଦ୍ମପୁର ପୋଲିସ । ପଦ୍ମପୁର ଥାନା କେସ ନମ୍ବର ୨୧୪ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!