Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶଶୁର ଘରକୁ ଆସିଥିବା ଜ୍ୱାଇଁଙ୍କୁ ବିଳମ୍ବିତ ରାତିରେ ଘରୁ ଟାଣି ନେଇ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି

by ସଞ୍ଜୟ ସ୍ୱାଇଁ
September 24, 2021
in Crime, State
ଶଶୁର ଘରକୁ ଆସିଥିବା ଜ୍ୱାଇଁଙ୍କୁ ବିଳମ୍ବିତ ରାତିରେ ଘରୁ ଟାଣି ନେଇ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି
165
VIEWS
Share on FacebookShare on Twitter

ରେଢ଼ାଖୋଲ, (ବାଘୁଆବାର୍ତ୍ତା): ବିବାହିତ ଶାଳୀର ପାରିବାରିକ ସମସ୍ୟାର ସମାଧାନ ପାଇଁ ଶଶୁର ଘରକୁ ଆସିଥିବା ଜ୍ୱାଇଁ ଭୁଜାଲି ଚୋଟରେ ଗୁରୁତର ହୋଇପଡ଼ିଛନ୍ତି । ବିଳମ୍ବିତ ରାତିରେ ଘରୁ ଟାଣି ନେଇ ତାଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଝାଙ୍କରପଡ଼ା ଗାଁରେ ଘଟିଛି। ଗୁରୁତର ଜ୍ୱାଇଁ ପ୍ରେମାନନ୍ଦ ବେହେରାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଝାଙ୍କରପଢା ଗାଁର ପୁଷ୍ପାଞ୍ଜଳି ସାହୁ କିଆକଟା ଥାନା ଅନ୍ତର୍ଗତ ଧୁଡିଆପଢା ଗାଁରେ ବିବାହ କରିଥିଲେ। ପାରିବାରିକ ସମସ୍ୟା ହେବାରୁ ସେ ୮ମାସ ହେବ ବାପ ଘରେ ଆସି ରହୁଥିଲେ। ଗତକାଲି ବିବାହିତ ଶାଳୀ ପୁଷ୍ପାଞ୍ଜଳିର ପାରିବାରିକ ସମସ୍ୟାର ସମାଧାନ ପାଇଁ ଭିଣୋଇ ପ୍ରେମାନନ୍ଦ ଶଶୁର ଘରକୁ ଯାଇଥିଲେ। ପ୍ରେମାନନ୍ଦ ରାତିରେ ଘରେ ଶୋଇଥିବା ବେଳେ ୩ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି କବାଟ ବାଡ଼େଇଥିଲେ। ଘର ଲୋକ କବାଟ ଖୋଲିଲା ପରେ ଦୁର୍ବୃତ୍ତମାନେ ପ୍ରେମାନନ୍ଦଙ୍କୁ ଘରୁ ଟାଣି ନେଇ ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ଭୁଜାଲି ଓ ବାଇକ୍ ଛାଡି ଚମ୍ପଟ ମାରିଥିଲେ। ପ୍ରେମାନନ୍ଦଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭୁଜାଲି ଓ ବାଇକ୍‌କୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!