Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୃତ୍ୟୁର ୯ ଦିନ ପରେ ସୁଦୂର ଓମାନରୁ ଶ୍ରମିକଙ୍କ ମୃତଦେହ ଆସି ଗାଁରେ ପହଞ୍ଚିଛି

by ସଞ୍ଜୟ ସ୍ୱାଇଁ
September 24, 2021
in Crime, State
ମୃତ୍ୟୁର ୯ ଦିନ ପରେ ସୁଦୂର ଓମାନରୁ ଶ୍ରମିକଙ୍କ ମୃତଦେହ ଆସି ଗାଁରେ ପହଞ୍ଚିଛି
103
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ମୃତ୍ୟୁର ୯ ଦିନ ପରେ ସୁଦୂର ଓମାନରୁ ଗଞ୍ଜାମ ଖଲ୍ଲିକୋଟ ବ୍ଲକ କମଳାପଦରର ପ୍ରଦୀପ ପାହାନଙ୍କ ମୃତଦେହ ଆସି ଗାଁରେ ପହଞ୍ଚିଛି। ପ୍ରଦୀପ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପ୍ରଦୀପ ଗତ କିଛି ବର୍ଷ ଧରି ଓମାନରେ କାମ କରି ଆସୁଥିଲେ। ମାତ୍ର ଗତ ୧୪ ତାରିଖରେ ସେଠାରେ ରାସ୍ତା ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ମୃତଦେହ ଘରକୁ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଓଡ଼ିଆ ସମାଜ ଓ ଜିଲ୍ଲା ପ୍ରଶାସନର ସହାୟତାରେ ମୃତ୍ୟୁର ପ୍ରାୟ ୯ ଦିନ ପରେ ତାଙ୍କ ମର ଶରୀର ଆସି ଗାଁରେ ପହଞ୍ଚିଛି । ପ୍ରଦୀପଙ୍କ ଘରେ ପତ୍ନୀ, ଦୁଇ ପୁଅ, ଝିଅ ଅଛନ୍ତି। ପ୍ରଦୀପଙ୍କ ପରିବାରକୁ ତହସିଲଦାର ରେଡକ୍ରସ ଫଣ୍ଡରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ଖଲ୍ଲିକୋଟ ବିଧାୟିକା, ସ୍ଥାନୀୟ ସରପଞ୍ଚ ମଧ୍ୟ ପରିବାରବର୍ଗକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାବାଦ ଅନ୍ୟ ସରକାରୀ ସହାୟତା ଖୁବ୍‌ ଶୀଘ୍ର ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ବହୁ ସଂଖ୍ୟାରେ ଶ୍ରମିକ ବିଦେଶକୁ କାମ କରିବାକୁ ଯାଇ ଆଉ ଫେରି ପାରୁନାହାନ୍ତି । ଫଳରେ ସେଠାରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ନିର୍ୟାତନା କରିବା ସହ ଟଙ୍କା ମଧ୍ୟ ଦେଉ ନାହାନ୍ତି। ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓମାନରେ ଫସିଥିବା ୯ ଓଡ଼ିଆ ଶ୍ରମିକ । ଏହି ଶ୍ରମିକମାନେ ଓମାନ୍‌ସ୍ଥିତ ଡଲଫିନ୍ କମ୍ପାନୀର କାମ କରୁଥିଲେ। ମାତ୍ର ପ୍ରାୟ ୧୦ ମାସ ହେବ ସେମାନଙ୍କୁ କିଛି ଟଙ୍କା ମିଳିନି। ଫଳରେ ଉଦ୍ଧାର ପାଇଁ ଏହି ଶ୍ରମିକମାନେ ଆକୁଳ ନିବେଦନ କରିଛନ୍ତି। ସେମାନେ ଜାରି କରିଥିବା ଭିଡିଓରେ ଗତ ୭ ବର୍ଷ ହେବ ଓମାନରେ ରହି କାମ କରୁଥିବା କହିଛନ୍ତି । ମାତ୍ର କୌଣସି କାରଣବଶତଃ ବର୍ଷେ ହେବ କମ୍ପାନୀ ବନ୍ଦ ହୋଇଗଲା। ଏହାପରେ ଗାଁକୁ ଛାଡ଼ି ଦେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଥିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି। ଏପରିକି ବର୍ଷେ ହେଲା ନା କାମ ମିଳୁଛି, ନା ପଇସା ମିଳୁଛି। ୨ ମାସ କାମ କରିଥିବାରୁ ଟଙ୍କା ଦେଇଛି କମ୍ପାନୀ। ମାତ୍ର ସେତେବେଳେ ସମସ୍ତ ଟଙ୍କା ମିଳିଛି କହି ଜବରଦସ୍ତି ସାଇନ୍‌ କରାଇ ନେଇଛି। ନ ହେଲେ ଫ୍ଲାଇଟ୍‌ ଟିକେଟ ଦେବନି ବୋଲି ଧମକ ଦେବାରୁ ଶ୍ରମିକମାନେ ବାଧ୍ୟ ହୋଇ ସାଇନ୍‌ କରିଥିବା କହିଛନ୍ତି। ୧୦ ମାସ ହେଲା ଟଙ୍କାଟେ ମିଳୁ ନ ଥିବାରୁ ଚଳିବାରେ ବହୁ ଅସୁବିଧା ହେଉଛି । ତେଣୁ ସେଠାରୁ ଦ୍ଧାର ପାଇଁ ବାହାରିନ ଓଡ଼ିଆ ସମାଜ ସଭାପତି ଅରୁଣ କୁମାର ପ୍ରହରାଜ ଓଡ଼ିଶା ସରକାର ଓ ବୈଦେଶିକ ମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!