ଭଦ୍ରକ, (ବାଘୁଆବାର୍ତ୍ତା): କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗକୁ ବଡ଼ ସଫଳତା । ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ମଦ ବୋଝେଇ ବୋଲେରୋକୁ ଜବତ କରାଯାଇଥିବା ବେଳେ, ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ବୋଲେରୋ ଯୋଗେ ଦେଶୀ ମଦ ବାହାରକୁ ଚାଲାଣ ହେଉଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇଥିଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଦେଶୀ ମଦ ଭର୍ତ୍ତି ବୋଲେରୋଟି ଯାଉଥିବା ସମୟରେ ବାଲେଶ୍ବର-ଭଦ୍ରକ ସୀମାବର୍ତ୍ତୀ ସିମୁଳିଆ ନିକଟରେ ବୋଲେରୋକୁ ଅଟକାଇଥିଲା କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ । ଯାଞ୍ଚ ସମୟରେ ଗାଡିରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଥିଲା । ହେଲେ କୌଶଳ କ୍ରମେ ଖସି ଯାଇଥିଲା ଗାଡି ଡ୍ରାଇଭର ।





