Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଙ୍ଗଲରେ ପ୍ରେମୀ ଯୁଗଳଙ୍କୁ ନିର୍ୟ୍ୟାତନା

by ସଞ୍ଜୟ ସ୍ୱାଇଁ
September 23, 2021
in Crime, State
ଜଙ୍ଗଲରେ ପ୍ରେମୀ ଯୁଗଳଙ୍କୁ ନିର୍ୟ୍ୟାତନା
227
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ପଦ୍ମଗିରି ଜଙ୍ଗଲରେ ଏକ ପ୍ରେମୀ ଯୁଗଳଙ୍କୁ ଅସଂଜତ ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ କିଛି ଯୁବକ ସେମାନଙ୍କ ଉପରେ ଅତ୍ୟାଚାର କରୁଥିବା ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଜଣେ ଯୁବତୀଙ୍କ ପ୍ରତି କିଛି ଉତ୍ସୃଙ୍ଖଳିତ ଯୁବକଙ୍କ ଏଭଳି ଅଶାଳୀନ ବ୍ୟବହାର ଯେ କେହି ବି ଦେଖିବେ ସେମାନେ ନିଶ୍ଚୟ ପ୍ରତିକ୍ରିୟା ପ୍ରକାଶ କରିବେ । ଏଭଳି ଅସାମାଜିକ କାର୍ୟ୍ୟ କରିଥିବା ଯୁବକଙ୍କୁ ତୁରନ୍ତ ଖୋଜି ବାନ୍ଧିବା ବଦଳରେ ଭାଇରାଲ୍‌ ଭିଡିଓକୁ ଧରି ଚୁପ୍‌ ବସିଛି ପଦ୍ମପୁର ପୋଲିସ । ମାଲକାନଗିରି ଜିଲ୍ଲା ପଦ୍ମପୁର ଅଂଚଳର ଜଙ୍ଗଲରେ ଏକ ପ୍ରେମୀ ଯୁଗଳଙ୍କୁ ଅସଂଜତ ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ କିଛି ଯୁବକ ସେମାନଙ୍କ ପ୍ରତି ନର୍ୟାତନା ଆରମ୍ଭ କରିଦେଇଥିଲେ । ଏହି ଭାଇରାଲ ଭିଡିଓକୁ ଦେଖିଲେ ସଭ୍ୟ ସମାଜରେ ରହୁଥିବା ଯେ କୌଣସି ମଣିଷର ମୁଣ୍ଡ ତଳକୁ ନଇଁ ଯିବ । ସେମାନେ ଧରାପଡ଼ିଥିବା ପ୍ରେମୀ ଯୁଗଳଙ୍କ ପୋଷାକ ଛଡ଼ାଇ ନେଉଛନ୍ତି । ଉଲଗ୍ନ ଅବସ୍ଥାରେ ନିଜ ଲଜ୍ଜା ବଞ୍ଚାଇବାକୁ ବିକଳ ହେଉଛନ୍ତି ଯୁବତୀ ଜଣକ । ତଥାପି ଏହି ଅସାମାଜିକ ଯୁବକଙ୍କ ମନରେ ଦୟା ଆସୁନି । ପାଲଟା ସେମାନଙ୍କ ଅସହାୟତାର ଭିଡିଓ ରେକର୍ଡ଼ିଂ କରି ଭାଇରାଲ୍‌ କରିବାକୁ ମଧ୍ୟ ପଛାଇ ନାହାନ୍ତି । ଅନ୍ୟପଟେ ଏହି ଭାଇରାଲ୍‌ ଭିଡିଓ ପଦ୍ମପୁର ପୋଲିସ ପାଖରେ ମଧ୍ୟ ପହଞ୍ଚିଛି । ଘଟଣାର ତଦନ୍ତ କରାଯାଉଛି ଓ ଭିଡିଓ ଭାଇରାଲ କରିଥିବା ଯୁବକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ମାଲକାନଗିରି ଥାନା ଅଧିକାରୀ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!