Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହଙ୍ଗା ପଡିଲା ନକଲି ମାଓବାଦୀ ନାଁରେ ଟଙ୍କା ହଡପ କରିବା

by ସଞ୍ଜୟ ସ୍ୱାଇଁ
September 23, 2021
in Crime, State
ମହଙ୍ଗା ପଡିଲା ନକଲି ମାଓବାଦୀ ନାଁରେ ଟଙ୍କା ହଡପ କରିବା
57
VIEWS
Share on FacebookShare on Twitter

ଝାରସୁଗୁଡା, (ବାଘୁଆବାର୍ତ୍ତା): ମାଓବାଦୀ ନାଁରେ ଟଙ୍କା ହଡପ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ତଦନ୍ତ କରୁଥିବା ଝାରସୁଗୁଡା ପୋଲିସ ହାତରେ ଧରାପଡିଛି ମୁଖ୍ୟ କାର୍ପଟଦାର୍ । ବେଦାନ୍ତ ଆଲୁମିନା ଅଧିନରେ ସିମେନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ସାଇଟ୍ ଇଂଜିନିଅର ଅବୁତାର ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଚଳିତବର୍ଷ ଜୁଲାଇ ୨୯ ତାରିଖରେ ଆସିଥିବା ଚିଠିର ପ୍ରେରକ ଠିକଣା ପଶ୍ଚିମ ଓଡିଶା ମାଓବାଦୀ ସଙ୍ଗଠନ ବୋଲି ଉଲ୍ଲେଖ ରହିଥିଲା । ଚିଠିରେ ମୋଟା ଅଙ୍କର ଟଙ୍କା ଦାବି ସହ କିଛି ଯୁବକଙ୍କୁ କମ୍ପାନୀରେ ଚାକିରୀ ଦେବା ପାଇଁ ଖୁଲମଖୋଲା ଧମକ ମିଳିଥିଲା । ଏପରିକି ଯଥାଶୀଘ୍ର ଦାବି ପୂରଣ ନହେଲେ ଏକ ମୋବାଇଲ ନମ୍ବର (୯୪୩୯୮୬୯୮୨୪) ଅବୁତାର ଖାନଙ୍କୁ କ୍ରମାଗତ ଭାବେ ଆସୁଥିଲା ହତ୍ୟା ଧମକ । ମାଓବାଦୀ ନାଁରେ ବାରମ୍ବାର ଧମକପୂର୍ଣ୍ଣ ଫୋନ୍ କଲ ପାଇବା ପରେ ଅବୁତର ଖାନ ଭୟଭୀତ ହୋଇ ନିଜ ଘର କଟକ ଜିଲ୍ଲା ଓଡସିଙ୍ଗକୁ ପଳାଇଥିଲେ । ତେବେ ପରବର୍ତ୍ତୀ ସମୟରେ ସିମେନ୍ସ ଇଣ୍ଡିଆ କମ୍ପାନୀର ମାନବ ସମ୍ବଳ ଅଧିକାରୀ ରଂଜିତ ମହାପାତ୍ରଙ୍କୁ ଧମକପୂର୍ଣ୍ଣ ଚିଠି ଓ ଫୋନ କଲ ଆସିଥିଲା । ରଂଜିତଙ୍କ ପାଖକୁ ଆସିଥିଲା ଚିଠିରେ ମଧ୍ୟ ସମାନ ଦାବି ରହିଥିଲା । ହେଲେ ଏଥର ମାଓ ନେତା ଡିସି ମୁଗୁନର ନାଁ ସମେତ ଓ କିଛି ସ୍ଲୋଗାନ ମଧ୍ୟ ଉଲ୍ଲେଖ ରହିଥିଲା । ଏହି ଘଟଣାକୁ ନେଇ ରଂଜିତ ମହାପାତ୍ର ଥାନାରେ ଏତଲା ଦେବା ପରେ ବଡମାଳ ପୋଲିସ ତନାଘନା ଆରମ୍ଭ କରିଥିଲା । ଶେଷରେ ଧରାପଡିଥିଲା ଧମକପୂର୍ଣ୍ଣ ଚିଠି ପଛର ମୁଖ୍ୟ କାର୍ପଟଦାର୍ । ଜାଣି ଚକିତ ହେବେ ଗିରଫ ଅଭିଯୁକ୍ତ ଯୁଦ୍ଧିଷ୍ଟିର ପ୍ରଧାନ ଖୋଦ ସିମେନ୍ସ ଇଣ୍ଡିଆ କମ୍ପାନୀରେ ଫିଟର୍ ଟେକ୍ନିସିଆନ୍ ଭାବେ କାର୍ୟ୍ୟରତ । ଗିରଫ ଅଭିଯୁକ୍ତଠାରୁ ପୋଲିସ ଗୋଟିଏ ମୋବାଇଲ ଫୋନ, ଦୁଇଟି ସିମ୍ କାର୍ଡ, ଏକ ଡାଇରୀ, ଆଧାରକାର୍ଡ, ଡ୍ରାଇଭିଙ୍ଗ୍ ଲାଇସେନ୍ସ, ବେଦାନ୍ତ ଗେଟ୍ ପାସ୍ , ହିନ୍ଦୀରେ ଲେଖାହୋଇଥିବା ଏକ ଚିଠି ଜବତ କରିଥିଲା ହୋଇଛି । ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!