ଝାରସୁଗୁଡ଼ା, (ବାଘୁଆବାର୍ତ୍ତା): ଆଇପିଏଲ୍ ବେଟିଂ ରାକେଟ ଠାବ । ନଗଦ ୬ଲକ୍ଷ ୮୦ ହଜାର ନଗଦ ଟଙ୍କା ଜବତ ହେବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ଦେଶ ବାହାରକୁ ଲିଙ୍କ ଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଝାରସୁଗୁଡ଼ା ସହରରେ ଆଇପିଏଲ ବେଟିଂ ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା । ମିଳିଥିବା ତଥ୍ୟ ଆଧାରରେ ଝାରସୁଗୁଡା ସହରର ଗୋଶାଳା ଛକ ନିକଟରେ ଏକ କୋଠରୀ ରେ ଚଢ଼ାଉ କରି ଥିଲା ଟାଉନ ପୋଲିସ। ଏହି ଚଢାଉରେ ଏକ ଆଇପିଏଲ୍ ବେଟିଂ ରାକେଟ ଠାବ ହୋଇଛି । ଘଟଣାସ୍ଥଳରୁ ନଗଦ ୬ଲକ୍ଷ ୮୦ ହଜାର ନଗଦ ଟଙ୍କା ଜବତ ହେବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ହରିଷ ସାହୁ ଓ ଅକିଲ ଆଜିଜ ମୋତିବାଲା। ଏହି ମାମଲାରେ ଜଡିତ ଅନ୍ୟ ଦୁଇ ଜଣ ସମ୍ବଲପୁର ଓ କୋଲକାତାରେ ଥିବା ପୋଲିସର ସୂଚନା । ତେବେ ଦୁବାଇରୁ ଭାୟା କୋଲକାତା ଦେଇ ଏଠାରେ ଚାଲିଥିଲା ବେଟିଂ।





