Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାରଖାର ହୋଇଗଲା ହସଖୁସିରେ ସଂସାର, ୨ ଝିଅଙ୍କ ପରେ ମିଳିଲା ବାପାର ମୃତଦେହ

by ସଞ୍ଜୟ ସ୍ୱାଇଁ
September 23, 2021
in Crime, State
ଛାରଖାର ହୋଇଗଲା ହସଖୁସିରେ ସଂସାର, ୨ ଝିଅଙ୍କ ପରେ ମିଳିଲା ବାପାର ମୃତଦେହ
223
VIEWS
Share on FacebookShare on Twitter

ଝାରସୁଗୁଡା, (ବାଘୁଆବାର୍ତ୍ତା): ଦିନକରେ ଛାରଖାର ହୋଇଗଲା ହସଖୁସିରେ ସଂସାର । ଗତକାଲି ଝାରସୁଗୁଡା ଜିଲ୍ଲା ଗଙ୍ଗାନଗର ଫାଟକ ପଦାସ୍ଥିତ ଏକ ଘରୁ ଜଣେ ମହିଳା ଓ ତାଙ୍କ ୨ ନାବାଳିକା ଝିଅଙ୍କ ମୃତଦେହ ମିଳିଥିବା ବେଳେ ଆଜି ମିଳିଛି ତାଙ୍କ ସ୍ୱାମୀଙ୍କ ମୃତଦେହ । ଗତକାଲି ମହିଳା ଓ ତାଙ୍କ ୨ ଝିଅଙ୍କ ମୃତଦେହ ଘରେ ପଡ଼ିଥିବା ବେଳେ ତାଙ୍କ ସ୍ୱାମୀଙ୍କ ପତ୍ତା ମିଳୁ ନ ଥିଲା। ପୁଲିସ୍‌ ତାଙ୍କୁ ସନ୍ଦେହ କରି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଆଜି ଘର ନିକଟ କୂଅରୁ ମିଳିଛି ମୃତା ମହିଳାଙ୍କ ସ୍ୱାମୀଙ୍କ ମୃତଦେହ । ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ, ହତ୍ୟାକାଣ୍ଡ ହୋଇଥିଲେ ଏହା ପଛରେ କାହାର ହାତ ଅଛି, ଅଭିଯୁକ୍ତ କ’ଣ ପାଇଁ ଘଟାଇଲା ଏପରି ଅଭାବନୀୟ କାଣ୍ଡ ତାହାକୁ ନେଇ ଏବେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ୍‌ ମୃତକଙ୍କ ଭାଇକୁ ଅଟକ ରଖି ପଚରାଉଚରା କରୁଛି। ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଚର୍ଚ୍ଚାର କାରଣ ପାଲଟିଛି। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଦାରେ ଏକ କୁଅରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ନାରାୟଣ ପୋଦାର । ପରିବାର ଲୋକ ମୃତଦେହ ଚିହ୍ନଟ କରିଛନ୍ତି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି । ଗତକାଲି ଗଙ୍ଗାନଗର ଫାଟକ ପଦାରେ ଏକ ଘରୁ ନାରାୟଣଙ୍କ ପତ୍ନୀ ସୋନି ପୋଦାର, ତାଙ୍କ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତା ୩ ଜଣଙ୍କ ମଧ୍ୟରୁ କେବଳ ସୋନିଙ୍କ ବେକରେ ନଖ ଚିହ୍ନ ଥିବା ବେଳେ ଛୁଆ ୨ ଜଣଙ୍କ ଶରୀରରେ କିଛି ଚିହ୍ନ ନ ଥିଲା। ତେଣୁ ବିଷକ୍ରିୟା କରି ଏପରି ହତ୍ୟାକାଣ୍ଡ ଘଟାଯାଇଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ଗତ ମଙ୍ଗଳବାର ରାତିରେ ପରିବାରରେ ସମସ୍ତେ ଭାତ, ମାଛ ତରକାରୀ ଖାଇଥିଲେ। ଏହାପରେ ବୁଧବାର ସକାଳେ ସୋନି ଓ ତାଙ୍କ ୨ ଝିଅଙ୍କ ମୃତଦେହ ଘରୁ ମିଳିଥିବା ବେଳେ ନାରାୟଣ ଫେରାର ଥିଲେ। ତେଣୁ ଖାଦ୍ୟରେ କିଛି ବିଷମିଶାଇ ଏପରି ହତ୍ୟାକାଣ୍ଡ ଘଟାଯାଇଥିବା ଦିଗକୁ ତଦନ୍ତ କରୁଛି ପୁଲିସ୍‌। ଗତକାଲି ପୁଲିସ୍‌ ଓ ଫୋରେନସିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିବା ବେଳେ ଘରେ ପଡ଼ିଥିବା ଭାତକୁ ମଧ୍ୟ ସଂଗ୍ରହ କରି ଫୋରେନସିକ ଲାବ୍‌କୁ ପରୀକ୍ଷା ପାଇଁ ପଠାଇଛନ୍ତି। ପାରିବାରିକ ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି। ପୂର୍ବରୁ ମହିଳାଜଣକ ନିଜ ଦିଅରଙ୍କ ନାଁରେ ଅଭିଯୋଗ କରିଥିବା ବେଳେ ସେ ଜେଲ୍‌ ମଧ୍ୟ ଯାଇଥିଲେ। ତେଣୁ ଏଥିରେ ତାଙ୍କ ସମ୍ପୃକ୍ତି ସନ୍ଦେହରେ ପୁଲିସ୍‌ ଗତକାଲିଠୁ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!