ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଆଗକୁ ଆସୁଛି ଦଶହରା ପୂଜା । ଏହା ପୂର୍ବରୁ ଆକ୍ସନ ମୋଡ୍ରେ ପୋଲିସ । ଏହିକ୍ରମରେ ଆଜି ରାଜଧାନୀରୁ ଏକ ଚୋରା ବନ୍ଧୁକ ଜବତ ହୋଇଛି । ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରୁ ବନ୍ଧୁକ ଜବତ କରିଛି ଭରତପୁର ଥାନା ପୋଲିସ । ଏହି ଘଟଣାରେ ଜଣେ ବନ୍ଧୁକ ବେପାରୀ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ଭୁବନେଶ୍ଵରରେ ଚୋରା ବନ୍ଧୁକ କାରବାର ନେଇ ପୋଲିସ ପାଖରେ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଆଧାରରେ ଆଜି ଭରତପୁର ଅଞ୍ଚଳରେ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ଏକ ଚୋରା ବନ୍ଧୁକ ସହ ୨ ରାଉଣ୍ଡ ଗୁଳି ଜବତ କରିବା ସହ ଜଣେ ବନ୍ଧୁକ ବେପାରୀକୁ ଗିରଫ କରିଛି ପୋଲିସ। ତେବେ ଗିରଫ ବ୍ୟକ୍ତି ଜଣଙ୍କ କେଉଁଠାରୁ ବନ୍ଧୁକ ଆଣିଥିଲା । ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।






