ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜଧାନୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଯୁବକଙ୍କ ନାମ ମାଧବା ଦିଗାଲ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗଞ୍ଜେଇ କାରବାର ନେଇ ଅକବାରୀ ନିକଟରେ ଖବର ରହିଥିଲା । ପୂର୍ବ ସୂଚନାନୁସାରେ ଅବକାରୀ ବିଭାଗ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଚଢାଉ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ପ୍ରାୟ ୫୫କେଜିର ଗଞ୍ଜେଇ ଜବତ କରିଥିଲା । ଏହାସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ନାମ ମାଧବ ଦିଗାଲ ବୋଲି ଜଣାପଡ଼ିଛି । ତେବେ ଏସବୁ ଗଞ୍ଜେଇ କେଉଁ ସ୍ଥାନକୁ ଚାଲାଣ ହେଉଥିଲା । ସେନେଇ ଛାନ୍ଭିନ୍ ଜାରି ରଖିଛି ଅବକାରୀ ବିଭାଗ ।






