ଲାଞ୍ଜିଗଡ, (ବାଘୁଆବାର୍ତ୍ତା): ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ରୁ ଅମ୍ବାଦଳା କୁ ସଂଯୋଗ କରୁଥିବା ଆରଡ଼ି ବିଭାଗ ରାସ୍ତା ପାର୍ଶ୍ଵରେ ଥିବା ବାଘ ଡ଼ଙ୍ଗରି ଗାଁ ରାସ୍ତାରେ ଏକ ଅଜଣା ଶବ କୁ ଉଦ୍ଧାର କରିଛି ପୁଲିସ ହେଲେ ମୃତ ବ୍ୟକ୍ତି ଙ୍କ ଏଯାଏଁ ଚିହ୍ନଟ ହୋଇ ପାରିନାହିଁ । ସନ୍ଧ୍ୟାରେ ଜଣେ ବ୍ୟକ୍ତି ରାସ୍ତା ପାର୍ଶ୍ଵରେ ଦୀର୍ଘ ସମୟ ପଡି ରହିଥିବାବେଳେ ସ୍ତାନୀୟ ଲୋକେ ପୁଲିସ କୁ ଖବର ଦେଇଥିଲେ ।ପୁଲିସ ଆସି ଦେଖିଲା ପରେ ଲୋକଟି ମୃତ ବୋଲି ଜଣା ପଡିଥିଲା ।ହେଲେ ବାଘ ଡ଼ଙ୍ଗରି ଗାଁ ରାୟଗଡା ଓ କଳାହାଣ୍ଡି ସୀମାରେ ରହିଥିବା ବେଳେ ଏହା କେଉଁ ଥାନାରେ ଯିବ ତାହା ସ୍ପଷ୍ଟ ହୋଇ ନ ଥିଲା । ଏହା ଅମ୍ବାଦଳା ଥାନା ରେ ସେହି ଅଂଚଳ ଥିବା ହେତୁ ଅମ୍ବାଦଳା ପୁଲିସ ଏହାର ଛାନ୍ ବିନ କରୁଥିବା ଜଣାପଡିଛି ।ହେଲେ ଏହି ମୃତ ବ୍ୟକ୍ତି ଜଣକ କିଏ?କେମିତି ତାର ମୃତୁ ହୋଇଛି? କିଏ ହତ୍ୟା କରିଛି କି ?ତାହା ଏଯାଏଁ ସ୍ପଷ୍ଟ ହୋଇ ପାରିନାହିଁ ।ପୁଲିସ ର ତଦନ୍ତ ପରେ ସବୁ ସତ୍ୟ ସାମ୍ନା କୁ ଆସିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।






