ବୋରିଗୁମ୍ମା, (ବାଘୁଆବାର୍ତ୍ତା): ବୋରିଗୁମ୍ମା ବ୍ଲକ ସସାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ପୂଜାରିଗୁଡା ଜଙ୍ଗଲ ନିକଟରେ କେହି ଅଜଣା ବ୍ୟକ୍ତି ଗତ ରାତ୍ର ଠାରୁ ବାଇକକୁ ଚାବି ସହ ଛାଡି ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା କିଏ ଏବଂ କାହିଁକି ବାଇକ ଛାଡିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିଛି ଲୋକ ସନ୍ଦେହ କରୁଛନ୍ତି କି କୌଣସି ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ଏଠାରେ ବାଇକ ଆଣି ରଖିଥାଇପାରନ୍ତି ବୋଲି କୁହାଯାଉଛି । ତେବେ ଦେଖିବାର ବାକି ରହିଲା ଘଟଣାଟି କେଉଁ ମୋଡ ନେଇଛି ତାହାକୁ ହିଁ ଅପେକ୍ଷା।






