Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀଙ୍କ ଭୂମିକା କ’ଣ?

by ସଞ୍ଜୟ ସ୍ୱାଇଁ
September 20, 2021
in Crime, State
ସ୍ୱାମୀଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀଙ୍କ ଭୂମିକା କ’ଣ?
220
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ୱାମୀଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀଙ୍କ ଭୂମିକା କ’ଣ? ତାଙ୍କ ଜାଣତରେ ସବୁ ଘଟିଥିଲା, ନା ଯାହା ଘଟିଥିଲା ତାହା ଥିଲା ଆକସ୍ମିକ? ଡିଏଫଓଙ୍କ ସହ ଥିଲା କି ତାଙ୍କର ଅନୈତିକ ସମ୍ପର୍କ? ବିଦ୍ୟାଭାରତୀ କେତେ ମିଛ କହିଛନ୍ତି ଆଉ କେତେ ସତ? ଏସବୁ ଜାଣିବାକୁ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ଏଥି ନିମନ୍ତେ ବିଦ୍ୟାଭାରତୀ ଆଜି ତାଙ୍କ ବାପାଙ୍କ ସହିତ ପହଞ୍ଚିଛନ୍ତି ଭୁବନେଶ୍ୱର ସ୍ଥିତ SFSLରେ । ୨ ମାସ ପରେ ବି ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରୁ ହଟିପାରିନି ରହସ୍ୟର ପରଦା। ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ବୋହୂ ବିଦ୍ୟାଭରତୀଙ୍କର ଅନୈତିକ ସମ୍ପର୍କ ପୁଅର ମୃତ୍ୟୁର କାରଣ ବୋଲି ସୌମ୍ୟଙ୍କ ପରିବାର ଲୋକ ଆରମ୍ଭରୁ ଅଭିଯୋଗ କରି ଆସୁଛନ୍ତି। କିଛି ଦିନ ପୂର୍ବେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ପ୍ରାୟ ୩ ଘଣ୍ଟା କାଳ କରାଯାଇଥିବା ଏହି ଟେଷ୍ଟରେ ଡିଏଫଓଙ୍କୁ ୧୦୦ ପ୍ରଶ୍ନ ପ୍ରଚରା ଯାଇଥିବା ସୂଚନା ମିଳିଥିଲା। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଡିଏଫ୍‌ଓ ଓ ରୋଷେୟାଙ୍କୁ ପୂର୍ବତନ ପାରଳାଖେମୁଣ୍ଡି ଏସ୍‌ପି କ୍ଲିନ୍‌ଚିଟ୍‌ ଦେଇଥିଲେ, ଯାହାକୁ ସୌମ୍ୟଙ୍କ ପରିବାର ଲୋକେ ବିରୋଧ କରିଥିଲେ। ପୁଅ ହତ୍ୟାକରୀଙ୍କୁ ଗିରଫ କରାନଗଲେ ଆତ୍ମାହୂତି କରିବେ ବୋଲି ଚେତାବନୀ ଦେଇଥିଲେ ତାଙ୍କ ବାପାମା’। ଏହାପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ପୁଣି ମୂଳରୁ ତଦନ୍ତ କରିଥିଲା। ବିଦ୍ୟାଭାରତୀ ପଣ୍ଡା ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ସମେତ ବହୁ ଲୋକଙ୍କୁ ପଚରାଉଚରା କରିଥିଲା। ହେଲେ ଏ ତଦନ୍ତରୁ କ’ଣ ତଥ୍ୟ ମିଳିଛି, ତାହା ଏଯାଏ ଜଣାପଡ଼ି ନଥିବା ବେଳେ କିଛି ଦିନ ତଳେ ହଠାତ୍ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ଜଣାପଡ଼ିଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!