Thursday, August 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

by ସଞ୍ଜୟ ସ୍ୱାଇଁ
September 19, 2021
in Crime, State
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ
49
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା କୋଦଳା ଖଦାଳ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସେପଟେ ଆକ୍ରମଣକାରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ସାହିବାସିନ୍ଦା । ଏଥିରେ ୪ଟି ଘର ପୋଡିଥିବା ବେଳେ ୪ ଗାଡି ଭଙ୍ଗିରୁଜି ଯାଇଛି। ଘଟଣାପରେ ଲୋକେ କୋଦଳା କଚେରୀ ରୋଡରେ ରାସ୍ତା ଅବରୋଧ କରିଛନ୍ତି। ତେବେ ପୂର୍ବ ଶତ୍ରୁତାରୁ ଗୋଟିଏ ପରିବାରର କିଛି ସଦସ୍ୟ ଅନ୍ୟ କିଛି ଲୋକଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ କାଳିଆ ନାହାକ (୪୧)ଙ୍କ ମୃତ୍ୟୁ ଘଟିଥିଲା ଏବଂ ସାଗର ନାହାକ ଗୁରୁତର ହୋଇଥିଲେ। ସାଗରଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଆକ୍ରମଣକାରୀଙ୍କ ୪ଟି ଘରକୁ ନିଆଁ ଲଗାଇ ଦେଇଛନ୍ତି ପ୍ରତିପକ୍ଷ । ୪ଟି ଗାଡି ଭଙ୍ଗାରୁଜା କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ସହ ପାଟିତୁଣ୍ଡ ଏବଂ ଧସ୍ତାଧସ୍ତି ହୋଇଥିବା ଖବର ମିଳିଛି । ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପରିସ୍ଥିତି ଉତ୍ତେଜନାମୂଳକ ରହିଥିବାରୁ ଅଧିକ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଖବର ଅନୁଯାୟୀ, ଆକ୍ରମଣକାରୀଙ୍କ ପରିବାରର ପିତାଙ୍କୁ ସେହି ସାହି ବାସିନ୍ଦାଙ୍କ ଦ୍ବାରା ଦୀର୍ଘ ୧୫ ବର୍ଷ ତଳେ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା। ସେହି ପରିବାରକୁ ଲୋକେ ବାସନ୍ଦ କରିଥିଲେ । ସେମାନେ ସାହି ଛାଡି ଅନ୍ୟ ସାହିରେ ରହୁଥିଲେ । ତେବେ ରବିବାର ସକାଳ ୮ଟା ସମୟରେ କାଳିଆ ନାହାକ ଏବଂ ସାଗର ନାହାକ ଆକ୍ରମଣକାରୀମାନେ ରହୁଥିବା ସାହି ଦେଇ ଯାଉଥିବା ବେଳେ ବାସନ୍ଦ ହୋଇଥିବା ପରିବାର ସଦସ୍ୟମାନେ ହଟାଠ ଆକ୍ରମଣ ଆରମ୍ଭ କରିଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!