ବାଲିପାଟଣା, (ବାଘୁଆବାର୍ତ୍ତା): ବାଲିପାଟଣା ଥାନା ତୁରିନ୍ତିରା ଗ୍ରାମର ଏକ ବର ଗଛରେ ଝୁଲୁଛି ଜଣେ ଯୁବକଙ୍କ ମୃତଦେହ । ମୃତକ ହେଉଛନ୍ତି ତୁରିନ୍ତିରା ଗ୍ରାମର ଚିନ୍ତାମଣୀ ମୁଦୁଲି । ସୂଚନାଯୋଗ୍ୟ ଯେ, ଶନିବାର ସକାଳୁ ଗ୍ରାମର ଜଣେ ଯୁବକ ମୃତଦେହଟି ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀ ବାଲିପାଟଣା ପୋଲିସକୁ ଘଟଣା ସମ୍ପର୍କରେ ଜଣାଇବା ପରେ ବାଲିପାଟଣା ଥାନା ଆଇଆଇସି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହଟି ଏକ ଗଛରେ ଝୁଲୁଥିବା ବେଳେ ଗୋଡ ତଳେ ଲାଗିଥିଲା । ମୃତଦେହ ନିକଟରେ ଚପଲ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ଚିନ୍ତାମଣୀ ଆତ୍ମହତ୍ୟା କରିଛି ନା’ ତାଙ୍କୁ କେହି ହତ୍ୟା କରି ସେଠାରେ ଟାଙ୍ଗି ଦେଇଛି ତାହା ଜଣାପଡିନାହିଁ । ତେବେ ଶୁକ୍ରବାର ଚିନ୍ତାମଣୀ ଶେଷଥର ପାଇଁ ରାତି ସାଢେ ୯ଟାରେ ପରିବାର ସହ ଯୋଗାଯୋଗରେ ଥିଲେ । ତାଙ୍କ ବାଇକ୍ ରେ ସମସ୍ୟା ଥିବାରୁ ସେ ଚାଲି ଚାଲି ଆସୁଥିବା ପରିବାରକୁ ଜଣାଇଥିଲେ । ମାତ୍ର ଶନିବାର ତାଙ୍କର ମୃତଦେହ ମିଳିଛି ।






