Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଙ୍ଗଲରୁ କାଠ ପଟା ଚୋରାଚାଲାଣ ବେଳେ ବନବିଭାଗ ପକ୍ଷରୁ ଏକ ଯାତ୍ରୀବାହୀ ଅଟୋ ସହ ୨୦ ଖଣ୍ଡ ପଟା ଜବତ

by ସଞ୍ଜୟ ସ୍ୱାଇଁ
September 18, 2021
in Crime, State
ଜଙ୍ଗଲରୁ କାଠ ପଟା ଚୋରାଚାଲାଣ ବେଳେ ବନବିଭାଗ ପକ୍ଷରୁ ଏକ ଯାତ୍ରୀବାହୀ ଅଟୋ ସହ ୨୦ ଖଣ୍ଡ ପଟା ଜବତ
86
VIEWS
Share on FacebookShare on Twitter

ଦାରିଙ୍ଗବାଡି, (ବାଘୁଆବାର୍ତ୍ତା): ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିନ ଗଦଡ଼ି ସଂରକ୍ଷିତ ଜଙ୍ଗଲରୁ କାଠ ପଟା ଚୋରାଚାଲାଣ ବେଳେ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଏକ ଯାତ୍ରୀବାହୀ ଅଟୋ ସହ ୨୦ ଖଣ୍ଡ ପଟା ଜବତ କରାଯାଇଛି । ଏଥିରେ ସଂପୃକ୍ତ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି । ଗିରଫ ଜଣକ ରାଇକିଆ ଥାନା ଅନ୍ତର୍ଗତ ସିପାଏଜୁ ଗ୍ରାମର କଇନ ଦିଗାଲ କ୍ଷ ଜବତ ଅଟୋରୁ ୧୧ ଖଣ୍ଡ ଶାଳ ଓ ୯ ଖଣ୍ଡ ପିଆଶାଳ ପଟା ଜବତ ହୋଇଥିବା ବେଳେ ଏହି କାଠ ରାଇକିଆ ଥାନା କତିଙ୍ଗିଆ ଗ୍ରାମକୁ ଚୋରାଚାଲାଣ ହେଉଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଶୁକ୍ରବାର ରାତ୍ରି ସମୟରେ ବନବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଗଦଡ଼ି ଗ୍ରାମ ନିକଟରେ ଏକ କାଠ ପଟା ବୋଝେଇ ଅଟୋ ରାଇକିଆ ଅଭିମୁଖେ ଯାଉଥିବା ଦେଖି ଅଟୋକୁ ଅଟକାଇ ଥିଲେ ବନ କର୍ମଚାରୀ । ଯାଂଚ ବେଳେ ଏଥିରେ ଚୋରା କାଠପଟା ଥିବା ଦେଖିବାକୁ ମିଳିଥିଲା । ଏ ନେଇ ମାମଲା ନଂ ୨୯/୨୧-୨୨ ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ବନବିଭାଗ । ଏହି ଚଢ଼ଉରେ ସିମନବାଡ଼ି ବନପାଳ ରବି ମୋହନ ନାୟକ, ବାଡ଼ାବାଙ୍ଗା ବନରକ୍ଷୀ ରାଜେଶ୍ୱର ବଡ଼ମାଝୀ, ବିଜୟାନନ୍ଦ ସେଠୀ,ସଦାଶିବ ଦିଗାଲଙ୍କ ସମେତ ଆଣ୍ଟି ଥେପ୍ଟ ସ୍କ୍ଵାଡର କୃଷ୍ଣ ବେହେରା, ମନୋଜ ବେହେରା, ପାରା ଫରେଷ୍ଟର ପୃଥିବୀ ରାଜପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!