Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କର ହୋଇଛି ଲାଇ ଡିଟେକ୍ସନ ଟେଷ୍ଟ

by ସଞ୍ଜୟ ସ୍ୱାଇଁ
September 18, 2021
in Crime, State
ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କର ହୋଇଛି ଲାଇ ଡିଟେକ୍ସନ ଟେଷ୍ଟ
26
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କର ହୋଇଛି ଲାଇ ଡିଟେକ୍ସନ ଟେଷ୍ଟ। ଭୁବନେଶ୍ୱର ଫୋରେନସିକ୍‌ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି। ତାଙ୍କୁ ପ୍ରାୟ ୩ ଘଣ୍ଟା କାଳ ଟେଷ୍ଟରେ ୧୦୦ ପ୍ରଶ୍ନ ପ୍ରଚରା ଯାଇଥିବା ସୂଚନା ମିଳିଛି। ଲାଇ ଡିଟେକ୍ସନ ଟେଷ୍ଟ ନେଇ ବିଶ୍ୱସ୍ତ ସୂତ୍ରରୁ ମିଳିଛି ସୂଚନା। ସେପଟେ ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିବା ସୂଚନା ମିଳିଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ବିବାଦରେ ଥିଲେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ବିଦ୍ୟାଭାରତୀଙ୍କ ସହିତ ତାଙ୍କ ଅନୈତିକ ସମ୍ପର୍କ ଥିବା ଇଙ୍ଗିତ କରାଯାଇଥିଲା। ଏପରିକି ସୌମ୍ୟାଙ୍କ ପରିବାର ଲୋକ ସିଧାସିଧା ଆଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ଆଧାରରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଡିଏଫ୍‌ଓ, ରୋଷେୟାଙ୍କୁ ପୂର୍ବତନ ପାରଳାଖେମୁଣ୍ଡି ଏସ୍‌ପି କ୍ଲିନ୍‌ଚିଟ୍‌ ଦେଇଥିଲେ। ଯାହାକୁ ସୌମ୍ୟଙ୍କ ପରିବାର ଲୋକେ ବିରୋଧ କରିଥିଲେ। ପୁଅ ହତ୍ୟାକରୀଙ୍କୁ ଗିରଫ କରାନଗଲେ ଆତ୍ମାହୂତି ଦେବୁ ବୋଲି ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା-ମାଆ। ଏହାପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ଓଆଇସି ମମାତା, ରୋଷେୟ ମନ୍ମଥ କୁମ୍ଭଙ୍କୁ ମାରାଥନ ଜେରା କରାଯାଇଥିଲା। ଏପରିକି କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ଘରକୁ ଯାଇଥିଲା। ସେଠାରେ ସୌମ୍ୟାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ଼ କରିଥିଲା। ପରେ ବିଦ୍ୟାଭାରତୀଙ୍କ ଘରକୁ ଯାଇଥିଲା କ୍ରାଇମବ୍ରାଞ୍ଚ। ସେଠାରେ ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା। ବାବାହର ମାସେ ପରେ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଚାଲି ଯାଇଥିଲେ। ସେଠାରେ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ। ତେବେ ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟ ଓ ପତ୍ନୀ ବିଦ୍ୟାଭାରତୀ କ୍ୱାର୍ଟର୍ସରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ତା’ପରେ ତାଙ୍କୁ ମେଡିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍‌ କରାଯାଇଥିଲା। ମାତ୍ର ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ଅଫିସ୍‌ ଗାଡ଼ିରେ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସରକାରୀ କ୍ୱାର୍ଟର୍ସରେ ସୌମ୍ୟ ଓ ବିଦ୍ୟାଭାରତୀ ନୁହେଁ ଥିଲେ। ତେବେ ସୌମ୍ୟଙ୍କ ଶରୀରରେ କେମିତି ଲାଗିଲା ନିଆଁ? ତାହା ପତ୍ନୀ ବିଦ୍ୟାଭାରତୀ କେମିତି ଜାଣିପାରିଲେ ନାହିଁ। ସ୍ୱାମୀ ମରିବାର ଦୁଇ ଦିନ ପରେ ମଧ୍ୟ ବିଦ୍ୟା ମୁହଁ ଖୋଲିନଥିଲେ। ଏହାକୁ ନେଇ ସୌମ୍ୟଙ୍କ ପରିବାର ବଦ୍ୟାଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ମାନସିକ ଚାପ ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ବିଦ୍ୟା ଓ ସଂଗ୍ରାମ ଏହାକୁ ଖଣ୍ଡନ କରିଥିଲେ। ତେବେ ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ପରେ ପାରଳାଖେମୁଣ୍ଡି ଥାନା ପୁଲିସ ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!