କଟକ, (ବାଘୁଆବାର୍ତ୍ତା): ସିମ୍କାର୍ଡ ସ୍ଵାପିଂ ଠକେଇର ପର୍ଦ୍ଦାଫାସ୍। ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ସିମ୍କାର୍ଡ ସ୍ଵାପିଂ ଠକେଇର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ। ଏହି ରାକେଟ୍ରେ ସଂପୃକ୍ତ ଥିବା ୩ ଜଣଙ୍କୁ ଉଠାଇ ଆଣିଛି କମିସନରେଟ୍ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ। ସେମାନଙ୍କ ଠାରୁ ବିପୁଳ ପରିମାଣରେ ସିମ୍କାର୍ଡ ଜବତ ହୋଇଛି। ସିମ୍କାର୍ଡ ସ୍ଵାପିଂ ରାକେଟ୍ର ଟାର୍ଗେଟ୍ରେ ଥିଲେ ସ୍ପେଶାଲ୍ ନମ୍ବର ବ୍ୟବହାରକାରୀ ଗ୍ରାହକ। ଏହି ଠକମାନେ ମୋବାଇଲ୍ ୟୁଜରମାନଙ୍କୁ ଆପଣଙ୍କର ସିମ୍ କାର୍ଡ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ବୋଲି ଫୋନ୍ କରନ୍ତି। ୟୁଜରମାନଙ୍କୁ ଭୟଭୀତ କରାଇ ସେମାନଙ୍କ ଫୋନକୁ ଓଟିପି ପଠାନ୍ତି। ଏହାପରେ ଓଟିପି ନେଇ ସାଇବର ଠକେଇ କରନ୍ତି। ତେବେ କମିସନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ଵାର୍ଡ ଏହି ରାକେଟ୍ର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି। ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ୩ ଜଣ ଠକଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ସିମ୍କାର୍ଡ ସହ ଆଧାର କାର୍ଡ ଓ ମୋବାଇଲ୍ ଜବତ କରିଛି ପୋଲିସ। ତେବେ ଏହା ପୂର୍ବରୁ ସିମ୍କାର୍ଡ ସ୍ଵାପିଂ ଠକେଇର ୭ ଜଣ ଗିରଫ ହୋଇଥିଲେ।






