ପୁରୀ, (ବାଘୁଆବାର୍ତ୍ତା): ବ୍ରାଉନ ସୁଗାର ବିକ୍ରୀ ଅଭିଯୋଗରେ ପୁରୀ ବାସେଳୀ ସାହି ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ମହିଳା ଅଛନ୍ତି। ସେମାନଙ୍କ ନିକଟରୁ ୫.୩୫ ଗ୍ରାମ୍ ବ୍ରାଉନ ସୁଗାର ପୋଲିସ ଜବତ କରିଛି। ଏଥିସହ ଏକ ଆପାଚି ମୋଟର ସାଇକେଲ, ୫୩ ହଜାର ୮ ଶହ ଟଙ୍କା ପୋଲିସ ଜବତ କରିଛି।






