Thursday, October 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମେଡିକାଲରେ ଗୁଣ୍ଡା ଗର୍ଦି କରିବା ପଡିଲା ମହଙ୍ଗା

by ସଞ୍ଜୟ ସ୍ୱାଇଁ
September 17, 2021
in Crime, State
ମେଡିକାଲରେ ଗୁଣ୍ଡା ଗର୍ଦି କରିବା ପଡିଲା ମହଙ୍ଗା
89
VIEWS
Share on FacebookShare on Twitter

ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ମେଡିକାଲରେ ଗୁଣ୍ଡା ଗର୍ଦି କରିବା ପଡିଲା ମହଙ୍ଗା । ଗିରଫ ହେଲେ ବିଜେପି ନେତା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ବିଜେପି ନେତା ଯଶଦୀପ୍ତ ସାମଲ ଓ ସହଯୋଗୀ ଅଧୀର ଜେନାଙ୍କୁ ଗିରଫ କରିଛି । କିଛି ଦିନ ପୂର୍ବରୁ ଯଶୋଦୀପ୍ତ ଓ ତାଙ୍କ ସହଯୋଗୀ ଗୋପାଳପୁର ମେଡିକାଲରେ ପଶି କିଛି ସ୍ବାସ୍ଥ୍ୟ କର୍ମୀଙ୍କୁ ଆଶାଳୀନ ବ୍ୟବହାର କରିବା ସହ ମାରପିଟ କରିଥିବା ନେଇ ମେଡିକାଲ ଅଧିକାରୀ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିଚନ୍ଦ୍ରପୁର ପୋଲିସ ଅଭିଯୋଗ ଆଧାର କରି ଶୁକ୍ରବାର ଯଶୋଦୀପ୍ତ ସାମଲ ଓ ତାଙ୍କ ସହଯୋଗୀ ଅଧର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଜେପି ନେତା ଯଶୋଦୀପ୍ତ ସାମଲଙ୍କ ପତ୍ନୀ ବଡ଼ଚଣା ବ୍ଲକର ଉପାଧ୍ୟକ୍ଷା ଅଟନ୍ତି । ଯଶୋଦୀପ୍ତ ବଡ଼ଚଣା ବିଜେପିର ଜଣେ ଆଗ ଧାଡ଼ିର ନେତା ହୋଇଥିବା ବେଳେ ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ସହ ଦେଖିବାକୁ ମିଳିଥିଲା । ହେଲେ ବିଜେପି ନେତାଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!