Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାରିବାରିକ କଳହକୁ ନେଇ ୨ ବଡ଼ ପୁଅଙ୍କ ସହ ମିଶି ସାନ ପୁଅକୁ ହତ୍ୟାକରି ପୋତିଦେଲା ଜନ୍ମକଲା ବାପା

by ସଞ୍ଜୟ ସ୍ୱାଇଁ
September 17, 2021
in Crime, State
ପାରିବାରିକ କଳହକୁ ନେଇ ୨ ବଡ଼ ପୁଅଙ୍କ ସହ ମିଶି ସାନ ପୁଅକୁ ହତ୍ୟାକରି ପୋତିଦେଲା ଜନ୍ମକଲା ବାପା
84
VIEWS
Share on FacebookShare on Twitter

ବାଲିଗୁଡା, (ବାଘୁଆବାର୍ତ୍ତା): ପାରିବାରିକ କଳହର କରୁଣ ପରିଣତି। ୨ ବଡ଼ ପୁଅଙ୍କ ସହ ମିଶି ସାନ ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତିଦେଲା ଜନ୍ମକଲା ବାପା। ଜଙ୍ଗଲରୁ କ୍ଷତାକ୍ତ ଗଳିତ ମୃତଦେହ ଉଦ୍ଧାର। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପାଙ୍ଗୁରୁମିଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ବାପା ଓ ୨ ଭାଇଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ। ବାଲିଗୁଡ଼ା ଥାନା ପାଙ୍ଗୁରୁମିଲା ଗାଁର ଭୂଷ୍କର ପୂଜାରୀ ଓ ତାଙ୍କର ଦୁଇ ପୁଅ ପ୍ରଫୁଲ ପୂଜାରୀ ଓ ଜମ୍ବେବ ପୂଜାରୀଙ୍କ ସହ ମିଶି ତାଙ୍କ ସାନ ପୁଅ ଚୈତନ୍ୟ ପୂଜାରୀଙ୍କୁ ହତ୍ୟା କରିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଉଭୟ ବାପ-ପୁଅ ମିଶି ସାନ ଭାଇକୁ ନିଜ ଘରେ ହତ୍ୟା କରିବା ପରେ ଗାଁ ନିକଟସ୍ଥ ଭୁଶୁକୁଟି ଜଙ୍ଗଲରେ ଟାଙ୍ଗି ଦେଇଥିଲେ। ଏହି ଘଟଣା ପ୍ରଘଟ ହେବାରୁ ଦୋଷ ଲୁଚାଇବାକୁ ଉଭୟ ବାପ-ପୁଅ ଚୈତନ୍ୟଙ୍କୁ ମାଟି ତଳେ ପୋତି ଦେଇଥିଲେ। ତେବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ। ବାଲିଗୁଡା ପୋଲିସ ଓ ମାଜିଷ୍ଟ୍ରେଟ୍ ଶଶାଙ୍କ ଶେଖର ପାତ୍ରଙ୍କ ଉପସ୍ଥିତିରେ ମୃତଦେହ ପୋତିଥିବା ଜାଗା ଚିହ୍ନଟ କରିଥିଲେ ଅଭିଯୁକ୍ତ ବାପା। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ମେଡିକାଲକୁ ପଠାଇଛି। ଉଭୟ ଅଭିଯୁକ୍ତ ବାପ-ପୁଅ ୩ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!