ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର । ଗଞ୍ଜାମ ଜିଲ୍ଲା ଆସିକା ଉଠା ଜଳସେଚନ ସବ୍ ଡିଭିଜନର ଆସିଷ୍ଟାଣ୍ଟ ଇଂଜିନିୟର ହେଉଛନ୍ତି ଇଶ୍ବର ଦାସ । ଜଣେ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଇଶ୍ବରଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ଟିମ୍ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି । ଏବେ ବି ଖୋଳତାଡ ଜାରି ରହିଥିବା ସୂଚନା ମିଳିଛି ।






