ନାରାୟଣ ପାଟଣା, (ବାଘୁଆବାର୍ତ୍ତା): ନାରାୟଣ ପାଟଣା ଥାନା ଅନ୍ତର୍ଗତ ନାରାୟଣ ପାଟଣା ବ୍ଲକର ଲଙ୍ଗଲ ବେଡା ଠାରେ କରାପୁଟ ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ଶ୍ରୀ ଯୁକ୍ତ ମନୋଜ କୁମାର ସେଠିଙ୍କ ନେତୃତ୍ୱରେ ଆଜି ଚଢାଉ କୋରାଯାଇଥିଲା ଓ ଆଜି ଜିଲା ଅବକାରୀ ଷ୍ଟାଫ ଓ ଆଇ.ଆର.ବି ଓ ନାରାୟଣ ପାଟଣା ଥାନା ଅଧିକାରୀ ଓ଼ଆଇସି ଶ୍ରୀ ଏ.କେ.ଯୋସୀଙ୍କ ମିଳିତ ଭାବରେ ଚଢାଉ କରିଥିଲେ। ଚଢ଼ାଉ ବେଳେ ୨୬ଟି ଡ୍ରମରୁ ୫୨୦୦ ଲିଟର ଦେଶୀ ମଦ ରୋଷେଇ କୋରାଯିବାକୁ ଥିବା ପୋଚ ନଷ୍ଟ କୋରାଯାଇଥିଲା ଓ ଏଥିରେ ଜିଲା ଅବକାରୀ ବିଭାଗ ଓ ଆଇ ଆର ବି ଟିମର ଏ.ଏସ.ଆଇ.ଶ୍ରୀ ଏସ.ନାଇକ, ଏସ. ମାଝୀ, ଇ/ସି. ଆର. ବଡ଼ ନାୟକ, ଏସ. ବିଶ୍ୱାଳ, ଏସ. ତୁରୁକ, ପ୍ରମୁଖ ଚଢ଼ାଉ ବେଳେ ଉପସ୍ଥିତ ରହିଥିଲେ, କିନ୍ତୁ ବିଶେଷ ସୂତ୍ରରୁ ମଦ ରୋଷେଇ କରୁଥିବା ବ୍ୟାପାରିମାନେ ଖବର ଜାଣି ଛତ୍ରଭଙ୍ଗ କରିଥିବାରୁ କୌଣସି ଲୋକଙ୍କୁ ଗିରଫ କୋରାଯାଇ ପାରିନାହିଁ ଓ






