ଲକ୍ଷ୍ମୀପୁର, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମା ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଦାମନଯୋଡି ରାସ୍ତା କଡରେ ଥିବା ଏକ ଭାଟିରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୁତ୍ରରୁ ଜଣା ପଡିଛିକି କାକିରିଗୁମା ସ୍ଥିତ ସରକାରି ସ୍ଵିକୃତି ପ୍ରାପ୍ତ ମଦ ଭାଟିରେ ଶୁକ୍ରବାର ଦିନ କାକିରିଗୁମାର ଶିବ ହିଆଲ୍ ଓ ବଡ ନେର୍କା ଗ୍ରାମର କୃଷ୍ଣ ମହାନନ୍ଦିଆ ଦୁହେଁ ମଦ ଭାଟିକୁ ଜାଇ ଚାନ୍ଦା ମାଗିଥିଲେ। ଭାଟି ମାଲିକ ଚାନ୍ଦା ନଦେବାରୁ ସେଠାରେ ଭଙ୍ଗା ରୁଜା କରିଥିଲେ। ପରେ ଭାଟି ମାଲିକଙ୍କ ଅଭିଯୋଗ କ୍ରମେ ଦୁହିଁଙ୍କୁ କାକିରିଗୁମା ପୋଲିସ ଗିରଫ କରି କେସ ନମ୍ବର ୬୩/୨୧ରେ ଏକ ମାମଲା ରୁଜୁ କରି ଅଣ୍ଡର ସେକ୍ସନ୍ ୨୯୪/୩୨୩/୩୮୫/୪୨୭/୪୨୭/୪୫୨/୫୦୬/ ୩୪ ଆଇପିସି ଧାରାରେ ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରି ଉଲ୍ଲାସ କୁମାର ରାଉତ ସୂଚନା ଦେଇଛନ୍ତି।





