Wednesday, August 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ପଛର ରହସ୍ୟ ଜାଣିବା ପାଇଁ କମିସନରେଟ୍‌ ପୁଲିସ୍‌ ତାର ତଦନ୍ତ ପରିସରକୁ ବ୍ୟାପକ କରିଛି

by ସଞ୍ଜୟ ସ୍ୱାଇଁ
September 16, 2021
in Crime, State
ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ପଛର ରହସ୍ୟ ଜାଣିବା ପାଇଁ କମିସନରେଟ୍‌ ପୁଲିସ୍‌ ତାର ତଦନ୍ତ ପରିସରକୁ ବ୍ୟାପକ କରିଛି
26
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବିଧାନସଭା ସମ୍ମୁଖରେ ବିଷ ପିଇ ଓ ହାତ କାଟି ଆତ୍ମହତ୍ୟା କରିଥିବା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ପଛର ରହସ୍ୟ ଜାଣିବା ପାଇଁ କମିସନରେଟ୍‌ ପୁଲିସ୍‌ ତାର ତଦନ୍ତ ପରିସରକୁ ବ୍ୟାପକ କରିଛି । ମାମଲାର ତଦନ୍ତରେ ପୁଲିସ୍‌ର ସନ୍ଦେହ ଘେରକୁ ଆସିଥିବା ୱେବ୍‌ ଚ୍ୟାନେଲ୍‌ ସ୍ୱପ୍ନା ଟିଭିର ସାମ୍ବାଦିକ ଅସିତ୍‌ କୁମାର ରାଉତ ଓ ଦୀପ୍ତିମୟ ବିଶ୍ୱରଂଜନଙ୍କୁ ମଙ୍ଗଳାବାଗ ଥାନା ପୁଲିସ୍‌ ଗୁରୁବାର ପୁଣି ପୋଲିସ ଜେରା କରିବ। ଗତକାଲି ମଙ୍ଗଳାବାଗ ପୋଲିସ ୨ ଜଣ ସମ୍ବାଦିକ ଜେରା କରିଛି । ସିଆର୍‌ପିସି ୧୬୦ ଧାରାରେ ପୁଲିସ୍‌ ଅସିତ୍‌ ଏବଂ ଦୀପ୍ତିମୟ ବିଶ୍ୱରଂଜନଙ୍କୁ ନୋଟିସ୍‌ ଜାରି କରିଥିବାରୁ ଉଭୟ ନିଜ ଆଇନଜୀବୀଙ୍କ ସହାୟତା ନେଇ ପୂର୍ବାହ୍ନ ୯ଟାରେ ଥାନାରେ ପହଞ୍ଚିଥିଲେ । ଥାନା ଅଧିକାରୀ ଇନ୍ସପେକ୍ଟର ଅମିତାଭ ମହାପାତ୍ର ସିଆରପିସି ୧୬୧ ଧାରାରେ ଉଭୟଙ୍କ ବୟାନ ରେକର୍ଡ କରିଥିଲେ । ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଥାନା ଅଧିକାରୀ ସାମ୍ବାଦିକ ଦ୍ୱୟଙ୍କୁ ଜେରା କରିଥିଲେ । ଅଧିକ ତଦନ୍ତ ଲାଗି ସାମ୍ବାଦିକ ଦୁହିଁଙ୍କୁ ଆହୁରି ଜେରା କରିବାକୁ ପୁନର୍ବାର ଗୁରୁବାର ଡକାଯଯାଇଛି । ପୁଲିସ୍‌ଠାରୁ ନୋଟିସ୍‌ ପାଇବା ମାତ୍ରେ ଦୁହେଁ ଥାନାରେ ହାଜର ହେବେ ବୋଲି ବୁଧବାର ଅଣ୍ଡର୍‌ଟେକିଂ ଦେଇ ଯାଇଥିବା ପୁଲିସ୍‌ କହିଛି । ଚିକିତ୍ସା ଅବହେଳାକୁ ନେଇ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସିତ ହେବା ମଧ୍ୟରେ ଏସ୍‌ସିବିରେ ଦୁଷ୍ମନ୍ତ ମୃତ୍ୟୁବରଣ କରିଥିଲେ । ଦୁଷ୍ମନ୍ତଙ୍କ ମା’ଙ୍କ ଅଭିଯୋଗ ଏବଂ ବିଭିନ୍ନ ତଥ୍ୟକୁ ଆଧାର କରି ପୁଲିସ୍‌ ମୃତ୍ୟୁ ପଛର କାରଣ ଖୋଜୁଛି । ପୁଲିସ୍‌ ଦୁଷ୍ମନ୍ତଙ୍କ ଫୋନ୍‌ କଲ ରେକର୍ଡକୁ ଯାଞ୍ଚ କରିବାରେ ୱେବ୍‌ ଚ୍ୟାନେଲ୍‌ର କିଛି ସାମ୍ବାଦିକଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଏଥିଲାଗି ମଙ୍ଗଳାବାଗ ପୁଲିସ୍‌ ସାମ୍ବାଦିକ ଅସିତ୍‌ ଏବଂ ଦିପ୍ତୀମୟଙ୍କୁ ଥାନା ଡକାଇ ଜେରା କରିଥିଲା । ଆଉ କିଛି ସନ୍ଦିଗ୍‌ଧଙ୍କୁ ପୁଲିସ୍‌ ତଦନ୍ତ ପରିସରକୁ ଆଣି ଜେରା କରିବା ଲାଗି ଳକ୍ଷ୍ୟ ରଖିଥିବା ସୂଚନା ମିଳିଛି । ମଙ୍ଗଳାବାଗ ଥାନାରେ ଜେରା ହୋଇଥିବା ଅସିତ୍‌ ଏବଂ ଦିପ୍ତୀମୟଙ୍କ ଆଇନ୍‌ଜୀବୀ ମାନସ କୁମାର ବେହେରା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦୁଷ୍ମନ୍ତଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଖବର ସଂଗ୍ରହ କରିବା ଲାଗି ସାମ୍ବାଦିକ ଦ୍ୱୟ ତାଙ୍କ ସହ ଯୋଗାଯୋଗରେ ଥିଲେ । ମାତ୍ର ଏହି ଆତ୍ମହତ୍ୟା ପଛରେ ସେମାନଙ୍କର କୌଣସି ଭୂମିକା ନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!