Monday, August 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୧ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଧରି ଫେରୁଥିବା ବେଳେ ପୁଲିସ ଗିରଫ କରିଛି

by ସଞ୍ଜୟ ସ୍ୱାଇଁ
September 15, 2021
in Crime, State
୧୧ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଧରି ଫେରୁଥିବା ବେଳେ ପୁଲିସ ଗିରଫ କରିଛି
255
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀ ଭୁବନେଶ୍ୱରର ଦୁଇ ଜଣ ଯୁବକ ୧୧ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଧରି ଫେରୁଥିବା ବେଳେ ପୁଲିସ ମାଡ଼ି ବସିଛି। ପୁଲିସ ସେମାନଙ୍କଠାରୁ ବ୍ରାଉନ୍ସୁଗାର, ନଗଦ ଟଙ୍କା ଓ ବାଇକ୍ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ଜଳେଶ୍ୱର ଅଞ୍ଚଳରୁ ମାସକ ଭିତରେ ୩ କେଜିରୁ ଅଧିକ ବ୍ରାଉନ୍ସୁଗାର ଜବତ ହୋଇସାରିଲାଣି ପୁଲିସ। ପୂରା ଘଟଣାଟି ଏମିତି। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ବିକାଶ କୁମାର ଓଝା ଓ ହିମାଂଶୁ ଜେନା ବ୍ରାଉନ୍ସୁଗାର ଆଣିବା ପାଇଁ ଜଳେଶ୍ୱର ଯାଇଥିଲେ। ସେମାନେ ବ୍ରାଉନ୍ସୁଗାର ଧରି ବାଇକ୍ରେ ଭୁବନେଶ୍ୱର ଫେରୁଥିବା ବେଳେ ଜଳେଶ୍ୱର ଟାଉନ୍ ଥାନା ପୁଲିସ ମାଡ଼ି ବସିଛି। ସକାଳ ୫ ଘଟିକା ସମୟରେ ଜଳେଶ୍ୱର ପୁଲିସର ୧୫ ଜଣିଆ ଟିମ୍ ଟାଉନ ଚଢ଼ଉ କରି ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୧୦୫ ଗ୍ରାମର ବ୍ରାଉନ୍ସୁଗର ଓ ଗୋଟିଏ ବାଇକ୍ ଜବତ କରିଛି। ଏଥିସହ ନଗଦ ୩୨ ହଜାର ଟଙ୍କା ଜବତ କରିଛି ପୁଲିସ। ଜବତ ବ୍ରାଉନ୍ସୁଗର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ। ପୁଲିସର ଏହି ଚଢ଼ଉରେ ଏସ୍ଡିପିଓ ଅଙ୍କିତା କୁମ୍ଭାର, ଏସ୍ଆଇ ଭୁବନ ମୋହନ ସେଠୀ, ଆଇଆଇସି ପ୍ରଜ୍ଞାମହାନ୍ତି ପ୍ରମୁଖ ସାମିଲ ଥିଲେ। ସେହିପରି ବସ୍ତା ଥାନା ଛାନୁଆ ଅଞ୍ଚଳର ଜଣେ ମହିଳାଙ୍କ ଘରେ ପୁଲିସ ଚଢ଼ଉ କରି ୮୬ ଗ୍ରାମ ବ୍ରାଉନ୍ସୁଗାର ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୯ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ମାମଲାରେ ପୁଲିସ ମହିଳାଙ୍କୁ ଗିରଫ କରିଛି। ଗତ ମାସକ ଭିତରେ ଅବକାରୀ ବିଭାଗ, ଏସ୍ଟିଏଫ୍ ଓ ପୁଲିସ ଜଳେଶ୍ୱର ଅଞ୍ଚଳରେ ଚଢ଼ଉ କରି ୩ କେଜିରୁ ଅଧିକ ଓଜନର ବ୍ରାଉନ୍ସୁଗାର ଜବତ କରିଛି। ଏହି ମାମଲାରେ ୪ ଜଣ ପୁରୁଷ ଓ ୪ ଜଣ ମହିଳା ଗିରଫ ହୋଇଛନ୍ତି। ଏହା ପରେ ମଧ୍ୟ ବ୍ରାଉନ୍ସୁଗାର ଚୋରା ଚାଲାଣ ଉପରେ ଲଗାମ ଲାଗି ପାରୁନାହିଁ। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ବ୍ରାଉନ୍ସୁଗାର କାରବାର କରୁଛନ୍ତି। ଯାହାକୁ ନେଇ ଏବେ ପୁଲିସ ଚିନ୍ତାରେ ପଡ଼ି ଯାଇଛି। ଶୁଣିବାକୁ ମିଳୁଛି, ବାଂଲାଦେଶରୁ ପଶ୍ଚିମବଙ୍ଗ ଓ ପଶ୍ଚିମବଙ୍ଗରୁ ଜଳେଶ୍ୱରକୁ ଆସୁଛି ବ୍ରାଉନ୍ସୁଗାର। ପରେ ଏଠାରୁ ରାଜ୍ୟର କୋଣ ଅନୁକୋଣକୁ ବିଭିନ୍ନ ଉପାୟରେ ଚାଲାଣ କରାଯାଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!