Monday, August 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତିରେ ବୁଲୁଥିବା ଜଣେ ଯୁବକକୁ ପୁଲିସ ଥାନାକୁ ଆଣିଥିଲା, ସକାଳେ ଗଲା ବେଳେ ଥାନା ଗାଡ଼ି ଧରି ଚମ୍ପଟ ମାରିଲା

by ସଞ୍ଜୟ ସ୍ୱାଇଁ
September 15, 2021
in Crime, State
ରାତିରେ ବୁଲୁଥିବା ଜଣେ ଯୁବକକୁ ପୁଲିସ ଥାନାକୁ ଆଣିଥିଲା, ସକାଳେ ଗଲା ବେଳେ ଥାନା ଗାଡ଼ି ଧରି ଚମ୍ପଟ ମାରିଲା
366
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ରାତିରେ ବୁଲୁଥିଲା ବୋଲି ଜଣେ ଯୁବକକୁ ପୁଲିସ ଥାନାକୁ ଆଣିଥିଲା। ରାତି ସାରା ତାକୁ ଜେରା କରି ସକାଳେ ଛାଡ଼ିଦେଇଥିଲା। ହେଲେ ସକାଳେ ଗଲା ବେଳେ ଯୁବକ ଜଣକ ଥାନା ପରିସରରେ ଥିବା ଥାନା ଗାଡ଼ି ଧରି ଚମ୍ପଟ ମାରିଲା। ଆଜି ଏପରି ଘଟଣା ଢେଙ୍କାନା ଜିଲ୍ଲାରେ ଘଟିଛି। ଏଥିପାଇଁ ବହେ ଝାଳନାଳ ହେଲା ଢ଼େଙ୍କାନାଳ ସଦର ଥାନା ପୁଲିସ୍। ଶେଷରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସଫଳ ହୋଇଛି। ମଙ୍ଗଳବାର ରାତିରେ ଟାଉନ୍ ଥାନା ପୁଲିସ ପାଟ୍ରୋଲିଂ କରିବାକୁ ଯାଇଥିଲା। ସେହି ସମୟରେ ଗଁନ୍ଦିଆ ଥାନା ହାଟ ବାଇଁଶିଆର ଧର୍ମେନ୍ଦ୍ର ସ୍ୱାଇଁ ବୁଲୁଥିବା ଦେଖିବାକୁ ପାଇଥିଲା ପୁଲିସ। ପରେ ତାକୁ ଥାନାକୁ ନେଇ ଆସିଥିଲା। ପଚରାଉଚରା ପରେ ଯୁବକ ଜଣକ ମାନସିକ ବିକୃତ ବୋଲି ଜଣିବାକୁ ପାଇଥିଲା ପୁଲିସ। ଆଜି ସକାଳେ ତାକୁ ଛାଡ଼ି ଦିଆଯାଇଥିଲା। ଠିକ୍ ସେହି ସମୟରେ ଥାନା ପରିସରରେ ଥାନା ଗାଡ଼ିରେ ଚାବି ଲଗାଇ ଡ୍ରାଇଭର ପାଣି ଆଣିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଧର୍ମେନ୍ଦ୍ର ଥାନା ଗାଡ଼ି ଧରି ଚମ୍ପଟ ମାରିଥିଲେ। ଏହା ପରେ ହତବାକ ହୋଇଯାଇଥିଲା ପୁଲିସ। ଗାଡ଼ିଟି କଟକ ଅଭିମୁଖେ ଯାଉଥିବା ଦେଖି ସବୁ ଥାନାକୁ ଆଲର୍ଟ କରାଯାଇଥିଲା। ଏପରିକି ଟାଉନ୍ ଥାନାର ପାଟ୍ରୋଲିଂ ଗାଡ଼ି ପିଛା କରିଥିଲା। ଶେଷରେ ଖୁଣ୍ଟୁଣି ଥାନା ଅଞ୍ଚଳରୁ ଗାଡ଼ିକୁ କାବୁ କରିବାରେ ସଫଳ ହୋଇଥିଲା। ଧର୍ମେନ୍ଦ୍ରଙ୍କୁ ଟାଉନ୍ ଥାନାରେ ଏବେ ଜେରା ଚାଲିଛି। ସେ ପ୍ରକୃତରେ ମାନସିକ ବିକାର ଗସ୍ତ ନା ଅଭିନୟ କରୁଛି, ତାହା ଉପରେ ଯାଞ୍ଚ ଚାଲିଛି ବୋଲି ପୁଲିସ କହିଛି। ତେବେ ଯାହା ହେଉନା କାହିଁକି ଥାନା ପରିସରରୁ ଗାଡ଼ି ଧରି ଚମ୍ପଟ ମାରିବା ଘଟଣା ଆଜି ଦିନ ତମାମ ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!