Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁକ୍ତାକାଶ ଆଶ୍ରମରେ ଅଭାବନୀୟ ଘଟଣା

by ସଞ୍ଜୟ ସ୍ୱାଇଁ
December 29, 2024
in Crime, State
ଘରକୁ ଡାକି ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ ଯୁବକ
94
VIEWS
Share on FacebookShare on Twitter

ଭୁବନେଶ୍ବର/ମେଣ୍ଢାଶାଳ, (ବାଘୁଆବାର୍ତ୍ତା): ରାଜଧାନୀ ଉପକଣ୍ଠ ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନରହତ୍ୟା(ନିଜ ଭାଇ) ଅପରାଧରେ ଆଜୀବନ ସଜା କାଟୁଥିବା ଅନ୍ତେବାସୀ ବିପିନ ବିହାରୀ ଦେହୁରୀ(୪୫) ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ବିପିନ ଏବେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ଅଘଟଣର କାରଣ ସ୍ପଷ୍ଟ ହୋଇପାରିନାହିଁ। ୪ଦିନ ପୂର୍ବେ ଜଣେ ଅନ୍ତେବାସୀ ମକମନ ମୁଣ୍ଡା ଏଠାରୁ ଲୁଚି ପଳାଇଛନ୍ତି। ଏହାପରେ ଆଜି ଘଟିଛି ଏଭଳି ଭୟଙ୍କର କାଣ୍ଡ। ଅନ୍ତେବାସୀ ବିପିନ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ମା୍ମଲାର ଗମ୍ଭୀରତାକୁ ନଜରରେ ରଖି ଜେଲ୍ ଏଡିଜି ଅମିତାଭ ଠାକୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ଭିତରେ ରିପୋର୍ଟ ଦେବାକୁ ଜେଲ୍ ଡିଆଇଜିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିପିନ ଜୁଲାଇ ମାସରେ କେନ୍ଦୁଝର ଜେଲ୍‌ରୁ ଏଠାକୁ ଆସିଥିଲେ। ନିଜ ଭାଇଙ୍କୁ ହତ୍ୟା କରିବା ଅପରାଧରେ ସେ ଆଜୀବନ କାରାବାସ ଭୋଗୁଥିଲେ ଏବଂ କେନ୍ଦୁଝର ଜେଲ୍‌ରେ ୧୦ ବର୍ଷ ରହିବା ପରେ ତାଙ୍କୁ ମୁକ୍ତାକାଶ ଆଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ତାଙ୍କ ସହିତ ଅନ୍ୟ ୪ଜଣ କଏଦୀଙ୍କୁ ମଧ୍ୟ ଏଠାକୁ ଅଣାଯାଇଥିଲା। ପରିସ୍ଥିତି ଚକ୍ରରେ ନିଜ ଭାଇକୁ ହତ୍ୟାକରି ନରହନ୍ତା ଆସାମୀ ହୋଇଥିଲେ ହେଁ ବିପିନ ବେଶ୍ ସରଳ, ମେଳାପି ଓ ଉତ୍ତମ ସ୍ବଭାବର ଯୁବକ ଥିଲେ। କେନ୍ଦୁଝର ଜେଲ୍‌ରେ ୧୦ବର୍ଷର ରହଣି ଭିତରେ ତାଙ୍କ ଜୀବନଚର୍ଯ୍ୟାକୁ ଦେଖି ଜେଲ୍ ବିଭାଗ ତାଙ୍କୁ ମୁକ୍ତାକାଶ ଆଶ୍ରମକୁ ସ୍ଥାନାନ୍ତର କରିଥିଲା। ଆଉ କିଛି ବର୍ଷ ପରେ ସେ ସବୁଦିନ ପାଇଁ ଜେଲ୍‌ରୁ ମୁକୁଳି ଥାଆନ୍ତେ। ମାତ୍ର ମୁକ୍ତାକାଶ ଆଶ୍ରମକୁ ଆସିବା ପରେ ତାଙ୍କ ମାନସିକ ସ୍ଥିତି ଭଲ ହେବା ବଦଳରେ ବିଗିଡ଼ିବାରେ ଲାଗିଲା। ପରିବାରର ସମସ୍ୟାକୁ ନେଇ ସେ ଚିନ୍ତିତ ରହୁଥିଲେ। କିଛି ଦିନ ପୂର୍ବେ ତାଙ୍କ ଜ୍ବାଇଁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାରୁ ସେ ବେଶି ବ୍ୟଥିତ ଥିଲେ। ସବୁଦିନ ଭଳି ଆଜି ବଗିଚା କାମ ସାରିବା ପରେ ବିପିନ ସାଢ଼େ ୧ଟା ବେଳେ ଖାଇଥିଲେ। ଏହାପରେ ସେ ନିଜ ରୁମ୍ ପଛପଟକୁ ଯାଇ ଫୋନ୍‌ରେ କଥା ହୋଇଥିଲେ। ଏହି ସମୟରେ ସେ କାନ୍ଦୁଥିଲେ ବୋଲି କିଛି ଅନ୍ତେବାସୀ କହିଛନ୍ତି। ଏହାର କିଛି ସମୟ ପରେ ସେ ଏକ ଗଛମୂଳେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ନିକଟରେ ଏକ ରକ୍ତଭିଜା ଛୁରି ପଡ଼ିଥିଲା ଏବଂ ତଣ୍ଟିରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ତୁରନ୍ତ ଅନ୍ୟ ଅନ୍ତେବାସୀମାନେ ଜେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ନିଆଯାଇଥିଲା। ଆଶ୍ରମ ଅଧୀକ୍ଷକ ସମୀର ସାହୁଙ୍କ କହିବା କଥା ଆଜି ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ କର୍ତ୍ତୃପକ୍ଷ ଏଠାକୁ ଆସିଥିଲେ। ଅନ୍ତେବାସୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ସେମାନେ ବିପିନ ସହ ମଧ୍ୟ କଥା ହୋଇଥିଲେ। ସେହିଭଳି କିଛି ଦିନ ପୂର୍ବେ ଆଶ୍ରମକୁ ମାନସିକ ରୋଗ ବିଶେଷଜ୍ଞ ଆସିଥିଲେ ଏବଂ ସମସ୍ତ ଅନ୍ତେବାସୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ବିପିନଙ୍କର ମାନସିକ ସ୍ଥିତି ଭଲ ଥିଲା। ସେଭଳି କିଛି ବିଲକ୍ଷଣ ଦେଖିବାକୁ ମିଳିନଥିଲା। ଅଥଚ ଆଜି ହଠାତ୍ ସେ ଏଭଳି କାଣ୍ଡ ଭିଆଇଛନ୍ତି। ତେଣୁ ପାରିବାରିକ ସମସ୍ୟାକୁ ନେଇ ସେ ହଠାତ୍ ବିବ୍ରତ ହୋଇପଡ଼ିବାରୁ ଏଭଳି ଅଘଟଣ ଘଟାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ଅଧୀକ୍ଷକ ଶ୍ରୀ ସାହୁଙ୍କ ଏହି ସଫେଇକୁ ନେଇ ବିଭିନ୍ନ ମହଲରୁ ଉଦ୍‌ବେଗ ପ୍ରକାଶ ପାଇଛି। ବିଭିନ୍ନ ସମୟରେ ଆଶ୍ରମ ପରିଚାଳନାରେ ଅସନ୍ତୋଷ ପ୍ରକାଶ କରି ଅନ୍ତେବାସୀମାନେ ବିକ୍ଷୋଭ କରନ୍ତି, ଧାରଣାରେ ବସନ୍ତି। ଏମିତିକି ଆଇନ ସେବା ପ୍ରାଧିକରଣରେ ମଧ୍ୟ ଅଭିଯୋଗ ହୋଇଥାଏ। ଏମିତି ସ୍ଥିତିରେ କିଛି ସରଳ, ନିରୀହ ଅନ୍ତେବାସୀଙ୍କ ମାନସିକ ଅବସ୍ଥା ବିଗିଡ଼ିଯାଏ। ତେଣୁ ବିପିନଙ୍କ କ୍ଷେତ୍ରରେ କ’ଣ ଘଟିଛି, ତାହାର ଉପଯୁକ୍ତ ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!