Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା କନେଷ୍ଟବଳଙ୍କୁ ହତ୍ୟା କଲେ ସ୍ୱାମୀ ବିଷ୍ଣୁପ୍ରିୟା

by ସଞ୍ଜୟ ସ୍ୱାଇଁ
December 25, 2024
in Crime, State
ମହିଳା କନେଷ୍ଟବଳଙ୍କୁ ହତ୍ୟା କଲେ ସ୍ୱାମୀ ବିଷ୍ଣୁପ୍ରିୟା
76
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଜଣେ ମହିଳା କନଷ୍ଟେବଲଙ୍କୁ ହତ୍ୟା କରି ଦେଇଛନ୍ତି ତାଙ୍କ ସ୍ୱାମୀ। ତା’ପରେ ସେ ଆତ୍ମହତ୍ୟା ଉଦ୍ୟମ କରି କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତ ମହିଳା କନଷ୍ଟେବଲଙ୍କ ନାଁ ବିଷ୍ଣୁପ୍ରିୟା ମଲ୍ଲିକ। ସେ କଟକ ସାଇବର ଥାନାରେ କାର‌୍ୟ୍ୟ କରୁଥିଲେ। ତାଙ୍କ ସ୍ୱାମୀଙ୍କ ନାଁ ବିଶ୍ୱଜିତ ମଲ୍ଲିକ। ୨୦୧୯ରେ ସେମାନେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ଛୋଟ ଝିଅ ଅଛି। ସେମାନେ କଟକ ସିଦ୍ଧେଶ୍ୱର ସାହିରେ ଭଡ଼ାରେ ରହୁଥିଲେ। ଆଜି ଦ୍ୱିପହରରେ କୌଣସି କଥାକୁ ନେଇ ବିଷ୍ଣୁପ୍ରିୟା ଓ ବିଶ୍ୱଜିତଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ବିଶ୍ୱଜିତ ପତ୍ନୀ ବିଷ୍ଣୁପ୍ରିୟାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ବିଷ୍ଣୁପ୍ରିୟାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ସେମାନେ ବିଶ୍ୱଜିତଙ୍କୁ ଅଟକାଇ ଥିଲେ। ହେଲେ ବିଷ୍ଣୁପ୍ରିୟା ବଞ୍ଚି ନଥିଲେ। ପରେ ବିଶ୍ୱଜିତ ସେହି ଛୁରୀରେ ନିଜ ବେକ କାଟି ଭିତରୁ କବାଟ ବନ୍ଦ କରି ଦେଇଥିଲେ। ଲୋକଙ୍କଠାରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚି ବିଶ୍ୱଜିତଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଅଛି। ଲାଲବାଗ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ଶବକୁ ଜବତ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!