Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ କୋଟି ଲୁଟି ସ୍ଵାମୀ ଫେରାର୍

by ସଞ୍ଜୟ ସ୍ୱାଇଁ
December 11, 2024
in Crime, State
‘ବାଘୁଆବାର୍ତ୍ତା’ ଖବର ଉତ୍ତାରିଲେ ହେବ ମାମଲା
142
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ନିଜକୁ ଜଣେ ବଡ଼ ବିତ୍ତଶାଳୀ ପରିବାରର ଯୁବକ ବୋଲି ପରିଚୟ ଦେଇ ବନ୍ଧୁତା ସ୍ଥାପନ । ପରେ ପ୍ରେମ ଓ ବିବାହ । ବିବାହ ପରେ ନିଜ ପରିବାରକୁ କୋଟିପତି ବ୍ୟବସାୟୀ କହି ପତ୍ନୀ ଘରୁ ବାରବାର ଅର୍ଥ ଆଣିଲେ । ବାପାଙ୍କ ଆଳୁ, ପିଆଜ ଗୋଦାମ ସହ ଶୀତଳ ଭଣ୍ଡାର ପାଇଁ ବହୁ ଅର୍ଥ ଦରକାର, ନ ହେଲେ ବେପାର ଚାଲିଯିବ । ଏଭଳି କହି ଅହମଦାବାଦରୁ ବିଭିନ୍ନ ସମୟରେ ପ୍ରାୟ ୫ କୋଟି ଟଙ୍କା ଧରି ଓଡ଼ିଆ ସ୍ୱାମୀ ଓଡ଼ିଶାକୁ ଫେରି ଆସିଛନ୍ତି । ପତ୍ନୀ ଶେଷରେ କନ୍ୟା ସନ୍ତାନଙ୍କୁ ଧରି ଶାଶୂ ଘରେ ପହଞ୍ଚି ପରିବାର ଷ୍ଟାଟସ ଦେଖି କାବା ହୋଇଛନ୍ତି । ସ୍ୱାମୀଙ୍କୁ ଖୋଜି ନ ପାଇ ବନ୍ତ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସ୍ୱାମୀ ଫେରାର ପରେ ତାଙ୍କ ଶାଶୂ ଓ ଶ୍ୱଶୁର ନାନା ଗାଳିମନ୍ଦ କରିବା ସହ ହତ୍ୟା ଧମକ ଦେଇଥିବା ବନ୍ତ ଥାନାରେ ଅଭିଯୋଗ ହୋଇଛି । ମାମଲା ବି ରୁଜୁ ହୋଇଛି । ଏବେ ଶାଶୂ ଘର ଲୋକ ଫେରାର ହୋଇଥିବାବେଳେ ନ୍ୟାୟ ପାଇଁ ମହିଳା ଜଣଙ୍କ ଝିଅକୁ ଧରି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମଙ୍ଗଳବାର ଏହି ଘଟଣା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି । ନ୍ୟାୟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଶେଷରେ ମହିଳା ଜଣଙ୍କ ନିଜ ଭାଇ ସହ ଭୁବନେଶ୍ୱର ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେଇ ଭଦ୍ରକରୁ ଭୁବନେଶ୍ୱର ଯାତ୍ରା ଆରମ୍ଭ କରିଛନ୍ତି । ଗୁଜରାଟର ଅହମଦାବାଦ ସହରର ନ୍ୟୁ ରୁମିପୁର ଅଞ୍ଚଳର ଯୁବତୀ ହୀରାଲବେନ ହସମୁଖଲାଲ ମୋଦି (୩୩) । ଏକ ଘରୋଇ କମ୍ପାନିରେ ବଡ଼ ଅଧିକାରୀ ଭାବେ ଅହମଦାବାଦରେ ଚାକିରି କରିଥିଲେ । ୨୦୧୯ରେ ଉକ୍ତ ସହରରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ନରସିଂହପୁର ଗ୍ରାମର ପ୍ରଦୀପ ଲାହି ନାୟକଙ୍କ ପୁଅ ମନୋଜ ସହ ଭେଟ ହୋଇଥିଲା । ମନୋଜ ନିଜକୁ ଜଣେ କୋଟିପତି ପରିବାରର ବୋଲି ପରିଚୟ ଦେଇ ହୀରାଲବେନଙ୍କ ସହ ବନ୍ଧୁତା ବାନ୍ଧିଥିଲେ । ପରେ ପ୍ରେମ କରି ବିବାହ ପ୍ରସ୍ତାବ ଦେଇଥିଲେ । ଓଡ଼ିଶାରେ ତାଙ୍କ ପରିବାରର ଅନେକ ଖ୍ୟାତି । ତାଙ୍କ ବାପା ଏକ ରାଜନୈତିକ ଦଳର ସଭାପତି । ପୁଣି ଆଳୁ ଓ ପିଆଜ ଗୋଦାମ ରହିଛି । ଏକ ବଡ଼ ବ୍ୟବସାୟ । କୋଟି କୋଟି ଟଙ୍କାର କାରବାର କହି ହୀରାଲବେନଙ୍କୁ ବିବାହ କରିଥିଲେ । ବିବାହର ୧୫ ଦିନ ପରେ ବାପାଙ୍କର ବହୁତ ଟଙ୍କା ଦରକାର । ନ ହେଲେ ବ୍ୟବସାୟ ବୁଡ଼ିଯିବ । ଏଭଳି ମିଛ କହି ଟଙ୍କା ଲୁଟିବା ଆରମ୍ଭ କରିଥିଲା ବୋଲି ହୀରାଲବେନ ଅଭିଯୋଗ ଆଣିଛନ୍ତି । ଉଭୟ ଅହମଦାବାଦରେ ଏକାଠି ରହିଛନ୍ତି । ଓଡ଼ିଶା ବିଜନେସ ବାବଦରେ ସୁନେଲି ସ୍ୱପ୍ନ ଦେଖା ମନୋଜ ବହୁବାର ବିଭିନ୍ନ ବାହାନରେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଆଣିଛନ୍ତି । ଉଭୟଙ୍କର ଏକ ୨ ବର୍ଷର କନ୍ୟା ସନ୍ତାନ ରହିଛି । ମନୋଜ ଓଡ଼ିଶା ଆସି ଫେରାର ହୋଇଛନ୍ତି । ମଝିରେ ମଝିରେ ମନୋଜଙ୍କୁ ଯୋଗାଯୋଗ କଲେ ମୁଁ ବାପାଙ୍କ ବିଜନେସ୍‌ରେ ଅଛି । ଖୁବଶୀଘ୍ର ଓଡ଼ିଶାରୁ ଅହମଦାବାଦ ଫେରିବି ବୋଲି ପ୍ରତିଶ୍ରୁତି ଦେଇ ପରେ ଯୋଗାଯୋଗ ବନ୍ଦ କରିଥିଲେ । ମନୋଜ ଆଉ ନ ଫେରିବାରୁ ହୀରାଲବେନ ଶେଷରେ ୨ ବର୍ଷର ଝିଅକୁ ଧରି ବନ୍ତ ଥାନା ଅଧୀନ ଶାଶୂଘରକୁ ଆସି ସ୍ଥିତି ଦେଖି ତାଙ୍କ ହୋସ୍‌ ଉଡ଼ିଛି । ଯେଉଁ କୋଟିପତି ଓ ବଡ଼ ବ୍ୟବସାୟୀ ବୋଲି କହି ମନୋଜ ହାତ ଧରିଥିଲେ, ତାହା ମିଛ ବୋଲି ଜାଣିଛନ୍ତି । ମନୋଜଙ୍କ ଦେଖା ପାଇପାରିନାହାନ୍ତି । ସେପଟେ ଶାଶୂ ଘର ଲୋକ ତାଙ୍କୁ ନିର୍ଯାତନା ଦେବା ସହ ଗାଳିମନ୍ଦ କରି ଘରୁ ତଡ଼ିଛନ୍ତି । ଜୀବନରୁ ମାରିଦେବାକୁ ଧମକ ଦେଇଥିବା ହୀରାଲବେନ ବନ୍ତ ଥାନେରେ ଅଭିଯୋଗ କରିଥିଲେ । ବନ୍ତ ଥାନାରେ ୧୭୬/୨୪ରେ ଗତ ଅକ୍ଟୋବର ୨୫ରେ ପୁଲିସ ମାମଲା ଦାୟର କରିଛି । ପୁଲିସ ଗିରଫ ଭୟରେ ଏବେ ଶାଶୂ ଘର ଲୋକ ଫେରାର ହୋଇଛନ୍ତି । ଘରେ କେବଳ ବୁଢ଼ୀ ଲୋକ ଜଣେ ଥିବା ହୀରାଲବେନ କହିଛନ୍ତି । ବନ୍ତ ଥାନାକୁ ବାରବାର ସେ ଦୌଡ଼ି ନିରାଶ ହୋଇଛନ୍ତି । ଏସ୍‌ପିଙ୍କୁ ୪ ଥର ଭେଟିବାକୁ ଆସିଛନ୍ତି । ନ୍ୟାୟ ନ ପାଇ ଶେଷରେ ବାଧ୍ୟ ହୋଇ ଭୁବନେଶ୍ୱର ଅଭିମୁଖେ ନିଜ ଭାଇ ସହ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ଭେଟି ନ୍ୟାୟ ଆଶା ରଖିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!