Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝୁମର ବିକ୍ରି ନାଁରେ ୧୯ ଲକ୍ଷ ଚୁନ ମାରିଲେ ବ୍ୟବସାୟୀ

by ସଞ୍ଜୟ ସ୍ୱାଇଁ
November 29, 2024
in Crime, State
ଝୁମର ବିକ୍ରି ନାଁରେ ୧୯ ଲକ୍ଷ ଚୁନ ମାରିଲେ ବ୍ୟବସାୟୀ
178
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ଝୁମର ଦେବା ନାମରେ ଜଣେ ବ୍ୟକ୍ତିଙ୍କୁ ଚୁନ ମାରିଲେ ବ୍ୟବସାୟୀ। ଗ୍ରାହକଠାରୁ ୧୯ ଲକ୍ଷ ଟଙ୍କା ନେଇ କାଗଜ ବିଡ଼ା ଭର୍ତ୍ତି ବାକ୍ସ ଧରାଇଦେଲେ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଞ୍ଚଳରୁ। ଏନେଇ ଥାନାରେ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଛି ପୁଲିସ। ଅଭିଯୋଗ ଅନୁସାରେ, ବ୍ରହ୍ମପୁରରେ ରହୁଥିବା ପ୍ରମୋଦ ସାହୁ କଟକର ଜଣେ ବ୍ୟବସାୟୀ ଅଜୟଙ୍କଠାରୁ ଝୁମର କିଣିଥାନ୍ତେ। ଏଥିପାଇଁ ପ୍ରମୋଦ ଅଜୟଙ୍କ ସହ କଥା ହୋଇଥିଲେ। ଅଜୟ ମଧ୍ୟ ବିଭିନ୍ନ ଝୁମରର ଫଟୋ ପ୍ରମୋଦଙ୍କ ଫୋନକୁ ପଠାଇଥିଲେ। ଅଜୟ ପଠାଇଥିବା ଝୁମର ମଧ୍ୟରୁ ୨୦ ଲକ୍ଷ ଟଙ୍କାର ଏକ ଝୁମର ପ୍ରମୋଦକୁ ପସନ୍ଦ ଆସିଥିଲା। ପ୍ରମୋଦ ଏହି ଝୁମରଟିକୁ ନେବା ପାଇଁ ଅଜୟଙ୍କୁ କହିଥିଲେ। ଉଭୟଙ୍କ ମଧ୍ୟରେ ଦରଦାମ ଛିଣ୍ଡିଥିଲା। ୨୦ ଲକ୍ଷ ଟଙ୍କାର ଝୁମର ୧୯ ଲକ୍ଷ ଟଙ୍କାର ଦେବା ପାଇଁ ପ୍ରମୋଦ ଅଜୟଙ୍କୁ କହିଥିଲେ। ଅଜୟ ମଧ୍ୟ ରାଜି ହୋଇଯାଇଥିଲେ। ଗତକାଲି ଅଜୟ ଝୁମର ନେଇ ବ୍ରହ୍ମପୁର ଆସିବାକୁ ପ୍ରମୋଦ କହିଥିଲେ। ପ୍ରମୋଦ ଟଙ୍କା ନେଇ ପହଞ୍ଚିବେ ବୋଲି ଅଜୟଙ୍କୁ କହିଥିଲେ। ଅଜୟ ଓ ତାଙ୍କ ସହଯୋଗୀ ଶିବ ଶଙ୍କର କାର୍ ଯୋଗେ ଝୁମର ନେଇ ବ୍ରହ୍ମପୁର ଆସିଥିଲେ। ବ୍ରହ୍ମପୁରର ଖୋଡାସିଂରେ ପ୍ରମୋଦ ଓ ଅଜୟ ଭେଟାଭେଟି ହୋଇଥିଲେ। କାର୍ ଭିତରେ ଅଜୟ ପ୍ରମୋଦକୁ ଝୁମର ଦେଖାଇଥିଲେ। ଅଜୟ ପ୍ରଥମେ ପ୍ରମୋଦଙ୍କୁ ୨୦ଲକ୍ଷ ଟଙ୍କାର ଝୁମର ଦେଖାଇଥିଲେ।ପରେ ତାଙ୍କୁ ୬୦ଲକ୍ଷ ଟଙ୍କାର ଏକ ଝୁମର ଦେଖାଇଥିଲେ। ଏହି ସମୟରେ ଅଜୟ ପ୍ରମୋଦଙ୍କୁ ଟଙ୍କା ଆଣିଛକି ନାହିଁ ପଚାରିଥିଲେ। ପ୍ରମୋଦ ମଧ୍ୟ କାର୍‌ରେ ରଖିଥିବା ଟଙ୍କା ବାକ୍ସ ଆଣି ଅଜୟଙ୍କୁ ଦେଖାଇଥିଲେ ଓ ଟଙ୍କା ବାକ୍ସକୁ ନିଜ ପାଖରେ ରଖିଥିଲେ। ପରେ ଝୁମରକୁ ନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ୧୯ ଲକ୍ଷ ଟଙ୍କାର ଝୁମର ନ ନେଇ ୬୦ ଲକ୍ଷ ଟଙ୍କାର ଝୁମର ନେବା ପାଇଁ ପ୍ରମୋଦ ଅଜୟଙ୍କୁ କହିଥିଲେ। ଉଭୟଙ୍କ ମଧ୍ୟରେ ପୁଣି ଦରଦାମ ନେଇ କଥା ହୋଇଥିଲା। ୬୦ ଲକ୍ଷ ଟଙ୍କାର ଝୁମରକୁ ୩୬ ଲକ୍ଷ ଟଙ୍କାରେ ଦେବା ପାଇଁ ଦରଦାମ ଛିଡ଼ିଥିଲା। ୧୯ ଲକ୍ଷ ସହ ଆଉ ୧୭ ହଜାର ଟଙ୍କା ଆଣିଲେ ପ୍ରମୋଦ ଝୁମର ନେବେ ବୋଲି ଅଜୟ କହିଥିଲେ। ଏହି ସମୟରେ ଅଜୟଙ୍କ ସାଙ୍ଗରେ ଆସିଥିବା ତାଙ୍କ ସହଯୋଗୀ ଶିବ ଶଙ୍କର ପ୍ରମୋଦଙ୍କ ଟଙ୍କା ବାକ୍ସକୁ ବଦଳ କରିଦେଇଥିଲେ। ଟଙ୍କା ଭର୍ତ୍ତି ବାକ୍ସ ନେଇ ସେହିପରି ସମାନ ଏକ ବାକ୍ସ ରଖି ଦେଇଥିଲେ। ଏଥିସହ ବାକ୍ସ ଭିତରେ କାଗଜ ବିଡ଼ା ପୂରାଇ ଦେଇ ଥିଲେ। ପ୍ରମୋଦଙ୍କୁ ଏହି ବିଷୟରେ ଜାଣିପାରି ନଥିଲେ। ପରେ ପ୍ରମୋଦ ଟଙ୍କା ବାକ୍ସ ନେଇ ନିଜ କାର୍‌ରେ ପଳାଇଥିଲେ। ଅଧବାଟରେ ତାଙ୍କର ସନ୍ଦେହ ହୋଇଥିଲା। ବାକ୍ଦ ଖୋଲି ଦେଖିଲା ବେଳକୁ ସେଥିରେ ଟଙ୍କା ବଦଳରେ କାଗଜ ବିଡ଼ା ଥିବା ଦେଖିଥିଲେ। ପରେ ପ୍ରମୋଦ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ୩ଟି ପୁଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଗତକାଲି ରାତିରେ ଅଜୟ ଓ ଶିବଶଙ୍କରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଥିଲା ପୁଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!