Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବତନ ସରପଞ୍ଚଙ୍କ ହତ୍ୟା ଘଟଣା, ବ୍ୟବସାୟିକ କ୍ଷତି ଥିଲା ହତ୍ୟାର ମୁଖ୍ୟ କାରଣ

by ସଞ୍ଜୟ ସ୍ୱାଇଁ
November 21, 2024
in Crime, State
ପୂର୍ବତନ ସରପଞ୍ଚଙ୍କ ହତ୍ୟା ଘଟଣା, ବ୍ୟବସାୟିକ କ୍ଷତି ଥିଲା ହତ୍ୟାର ମୁଖ୍ୟ କାରଣ
115
VIEWS
Share on FacebookShare on Twitter

ଭଦ୍ରକ,(ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତ ଓରଫ ନାଲୁ ହତ୍ୟାକାଣ୍ଡର ଫିଟିଲା ଗୁମୁର। ପୂର୍ବ ଶତ୍ରୁତା ରୁ ହତ୍ୟା ଭିଆଇଥିବା ସ୍ପଷ୍ଟ କଲା ମୁଖ୍ୟ ଅଭିଯୁକ୍ତ ଧୁମା। ବାରମ୍ବାର ବ୍ୟବସାୟିକ କ୍ଷତି ହିଁ ହତ୍ୟା କରିବାର ଶେଷ ନିଷ୍ପତ୍ତି ନେଇଥିଲା ମୁଖ୍ୟ ଆସାମୀ। ଏହା ସହ ଅନେକ ଥର ଶତ୍ରୁତା ହିଁ ପ୍ରତିବନ୍ଧକ ଥିଲା ଏହି ବିଭର୍ତ୍ସ ହତ୍ୟାକାଣ୍ଡର ମୁଖ୍ୟ କାରଣ |

ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ | ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ହେଉଛି ଉକ୍ତ ବନ୍ଧଗାଁର ବିଦ୍ୟୁତ ସାହୁ (ଧୁମା) | ତେବେ ହତ୍ୟାକାଣ୍ଡ ନିଜେ କରିନଥିବା ବେଳେ ସୁପାରୀ ଦେଇ ହତ୍ୟା କରିଥିବା ନେଇ ସୂଚନା ତେବେ ଅନ୍ୟ ଅଭିଯୁକ୍ତମାନେ ହେଲେ ଉକ୍ତ ଗ୍ରାମର ପ୍ରଶାନ୍ତ ରାଉତ, ବାଦଲ ସାମଲ ଓ ସରୋଜ ସାହୁ | ଚିତ୍ତରଞ୍ଜନଙ୍କ ହତ୍ୟା ପାଇଁ ୩ ଅଭିଯୁକ୍ତ ଅଢେଇ ଲକ୍ଷ ଟଙ୍କା ଡିଲ ହୋଇଥିବା ବେଳେ ଅଗ୍ରୀମ ୪୦ ହଜାର ଟଙ୍କା ଦେଇଥିଲା ମୁଖ୍ୟ ଆସାମୀ ଧୁମା |

ଧୁମା ବ୍ୟବସାୟରେ ପ୍ରତିବନ୍ଧକ ସାଜିଥିଲେ ଚିତ୍ତରଞ୍ଜନ ତେଣୁ ନାଲୁକୁ ସବୁଦିନ ପାଇଁ ରାସ୍ତାରୁ ହଟେଇବା ପାଇଁ ହତ୍ୟାର ଷଡଯନ୍ତ୍ର ରଚିଥିଲା ଧୁମା | ଯୋଜନା ଅନୁସାରେ ହତ୍ୟା ଦିନ ରାତିରେ ଏକ ଖୋଲା ପଡିଆକୁ ମଦ ପିଇବା ପାଇଁ ଚତ୍ତରଞ୍ଜନଙ୍କୁ ଫୋନ କରି ଡାକିଥିଲା ଅଭିଯୁକ୍ତ ସରୋଜ ଏବଂ ମୃତକ ନାଲୁକୁ ମଦ ପିଆଇବା ପରେ ସମ୍ପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ପଛପଟୁ ମାଂସ କଟା କଟୁରୀରେ ମୁଣ୍ଡକୁ ହାଣିଥିଲା ଅଭିଯୁକ୍ତ ବାଦଲ ସାମଲ।ପରେ ନିରୋଳା ସମୟ ଦେଖି ଉକ୍ତ ବାଇକ୍ ସହାୟତାରେ ହତ୍ୟା ସ୍ଥାନରୁ ଆଣି ଧୁମା ଘରଠାରୁ ମାତ୍ର କିଛି ବାଟ ଦୁଆରେ ଏକ ଧାନ କିଆରୀରେ ମୃତକଙ୍କୁ ଫିଙ୍ଗିଦେଇଥିଲେ ୩ ଅଭିଯୁକ୍ତ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!