Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଳିତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ହତାଶ ପ୍ରେମିକ ପିତୁ ମୁଖ୍ୟ କାର୍ପଟଦାର

by ସଞ୍ଜୟ ସ୍ୱାଇଁ
November 9, 2024
in Crime, State
ଦଳିତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ହତାଶ ପ୍ରେମିକ ପିତୁ ମୁଖ୍ୟ କାର୍ପଟଦାର
166
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ମୁଁ କାଳିଆ, ଅସୁନ୍ଦର ବୋଲି ମୋ’ର ପ୍ରେମକୁ ବେଖାତିର କରିଛି । ମୋତେ ଭଲ ନପାଇ ମୋର ସାଙ୍ଗର ଗାର୍ଲଫ୍ରେଣ୍ଡ୍‌ ହୋଇଛି । ଠିକ୍‌ ଅଛି, ସୁଯୋଗ ମିଳୁ ପାନେ ଦେବି ।-ପ୍ରତିଶୋଧର ଏଭଳି କିଛି ନିଆଁରେ ଜଳୁଥିବା ଜଣେ ଛାତ୍ର ହିଁ କଟକରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ କାର୍ପଟଦାର ବୋଲି ପୁଲିସ ଜାଣିବାକୁ ପାଇଛି । ଅଶ୍ଲୀଳ ଭିଡିଓକୁ ଭାଇରାଲ୍‌ ଧମକ ଦେଇ ଏହି ଛାତ୍ର ଜଣକ ହିଁ ଯୋଜନାବଦ୍ଧ ଭାବେ ସବୁ କରିଛି । ସମସ୍ତ ଅଭିଯୁକ୍ତଙ୍କ ଜବତ ଫୋନ୍‌ ଓ ଘଟଣା ଦିନ ପିନ୍ଧିଥିବା ପୋଷାକକୁ ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲାବ୍‌ (ଏସ୍‌ଏଫ୍‌ଏଲ୍‌) କୁ ପଠାଯାଇଥିବା ପୁଲିସ ସୂଚନା ଦେଇଛି । ପୁଲିସର କହିବାନୁସାରେ, ନୟାଗଡ଼ର ପିତୁ, ବାଦାମବାଡ଼ି ଥାନା ଅଞ୍ଚଳର ଆଶୁ ଓ ପୀଡ଼ିତା ଏକ ସଙ୍ଗେ କଲେଜରେ ପଢ଼ୁଛନ୍ତି । କିଛି ମାସ ପୂର୍ବର ଘଟଣା, ପିତୁ ପ୍ରଥମେ ପୀଡ଼ିତାଙ୍କୁ ଏକତରଫା ପ୍ରେମ କରୁଥିଲେ । ପ୍ରେମ ନିବେଦନ କଲା ପରେ କିନ୍ତୁ ପୀଡ଼ିତା ତାହାକୁ ପ୍ରତ୍ୟାଖାନ କଲେ । ଏହା ମଧ୍ୟରେ ପୀଡ଼ିତା ଓ ପିତୁର ସାଙ୍ଗ ଆଶୁ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଏହି ବିଷୟ ଜାଣିବା ପରେ ପିତୁ ପ୍ରତିଶୋଧ ପରାୟଣ ହେଲା । ପୀଡ଼ିତା ଅର୍ଥାତ୍‌ ତାର ସହପାଠୀକୁ ଦିନେ ପାନେ ଚଖାଇବ ବୋଲି ପଣ କଲା । ଏହା ମଧ୍ୟରେ ଆଶୁ ଓ ପୀଡ଼ିତାଙ୍କର ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିଚାଲିଲା । କାଳୀ ଭସାଣି ବେଳେ ଆଶୁ ପୀଡ଼ିତାଙ୍କୁ ନେଇ କାଠଗଡ଼ା ସାହିରେ ଥିବା ନାବାଳକ ସାଙ୍ଗର କାଫେକୁ ଯାଇଥିଲା । ସେଠାରେ ଖିଆପିଆ ବାହାନାରେ ଆଶୁ ତାର ପ୍ରେମିକା ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ଆଉ ଏହି ସମୟର ଦୃଶ୍ୟକୁ କାଫେ ମାଲିକ ଫୋନ୍‌ରେ ରେକର୍ଡ କରିଦେଇଥିଲା । ପରଦିନ କାଫେ ମାଲିକ ଏହି ଭିଡିଓକୁ ଆଶୁ ଓ ପରେ ପିତୁକୁ ଦେଖାଇଲା । ପିତୁ ସେହି ଭିଡିଓ ପାଇଯିବା ପରେ ଆରମ୍ଭ କଲା ଅସଲ ଖେଳ । ପୂର୍ବରୁ ପ୍ରତିଶୋଧ ମୋଡ୍‌ରେ ଥିବା ପିତୁ ବ୍ଲାକମେଲ୍‌ ଆରମ୍ଭ କଲା । ଉକ୍ତ ଭିଡିଓ ଦେଖାଇ ପୀଡ଼ିତା ସହ ଶାରୀରିକ ସମ୍ପର୍କ ରଖିବାକୁ ପିତୁ କହିଲା । ଆଶୁ ଉକ୍ତ କଥା ପୀଡ଼ିତାଙ୍କୁ କହିବାରୁ ଭିଡିଓ ଭାଇରାଲ୍‌ ହେବା ଭୟରେ ପୁଣି କାଠଗଡ଼ା ସାହିର କାଫେକୁ ଆସିଲା । ସେଠାରେ କାଫେ ନାବାଳକ ମାଲିକ ପୀଡ଼ିତାକୁ ବଳାତ୍କାର କଲେ। ଏହି ଘଟଣା ଏହିଠାରେ ଅଟକିଲାନି, ପିତୁ ନିଜେ ପୀଡ଼ିତା ସହ ଶାରୀରିକ ସମ୍ପର୍କ ରଖିବ ବୋଲି ଆଶୁକୁ କହି ପୁନର୍ବାର ପୀଡ଼ିତାଙ୍କୁ ଡକାଇଲା । ଏଥର ପୀଡ଼ିତା ଆସିବା ପରେ ତାଙ୍କୁ ବାରଙ୍ଗର ତ୍ରିଶୁଳିଆକୁ ନେଇଗଲେ । ସେଠାରେ ପିତୁ ଓ ଲକି ପୀଡ଼ିତାଙ୍କୁ ବଳାତ୍କାର କରିଥିଲେ । ଏସବୁ ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ସାମିଲ ରହିଥିଲେ ବି ସେମାନେ ବଳାତ୍କାର କରିନାହାନ୍ତି ବା ପୀଡ଼ିତା ସହ ଶାରୀରିକ ସମ୍ପର୍କ ରଖିନାହାନ୍ତି ବୋଲି ପୁଲିସ କହିଛି । ସେମାନେ କେବଳ ଭିଡିଓକୁ ଫୋନ୍‌ରେ ରଖି ପୀଡ଼ିତାଙ୍କୁ ଏଭଳି କରିବା ପାଇଁ ବାଧ୍ୟ କରିଥିଲେ ଓ ପୂରା ଘଟଣାରେ ସଂପୃକ୍ତ ଥିବା ପୀଡ଼ିତା ତାଙ୍କ ଏତଲାରେ ଲେଖିଥିବା ପୁଲିସ ଜଣାଇଛି । ଅନ୍ୟପଟେ ପୁଲିସ ଜବତ କରିଥିବା ପୀଡ଼ିତା, ସମସ୍ତ ଅଭିଯୁକ୍ତଙ୍କ ପୋଷାକ ଓ ୫ଟି ଫୋନ୍‌କୁ ଏସ୍‌ଏଫ୍‌ଏଲ୍‌କୁ ପଠାଇଛି । ପୀଡ଼ିତାଙ୍କର କରାଯାଇଥିବା ମେଡ଼ିକାଲ୍‌ ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି । ଘଟଣାରେ ସଂଗ୍ରହ ହୋଇଥିବା ତଥ୍ୟ, ପ୍ରମାଣ ଓ ସାକ୍ଷ୍ୟ ସମସ୍ତ ଦୋଷୀଙ୍କୁ ଦଣ୍ଡିତ କରିବା ପାଇଁ ପର୍ଯ୍ୟାପ୍ତ ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ତେଣୁ ଖୁବ୍‌ଶୀଘ୍ର ଏହି ଘଟଣାରେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍‌ ଦାଖଲ କରିବ ବୋଲି ଶ୍ରୀ ମୀନା କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!