Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୪ ବର୍ଷର ପ୍ରେମିକା ୬ ମାସର ଗର୍ଭବତୀ, ପ୍ରେମିକ ହାତଗୋଡ଼ ବାନ୍ଧି ଜଙ୍ଗଲରେ ଫିଙ୍ଗି ଦେଲା

by ସଞ୍ଜୟ ସ୍ୱାଇଁ
September 18, 2024
in Crime, State
୧୪ ବର୍ଷର ପ୍ରେମିକା ୬ ମାସର ଗର୍ଭବତୀ, ପ୍ରେମିକ ହାତଗୋଡ଼ ବାନ୍ଧି ଜଙ୍ଗଲରେ ଫିଙ୍ଗି ଦେଲା
111
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ନାବାଳିକା ଗର୍ଭବତୀ ପ୍ରେମିକାର ହାତଗୋଡ଼ ବାନ୍ଧି ଜଙ୍ଗଲରେ ଫିଙ୍ଗି ଦେଲା ପ୍ରେମିକ! ଏପରି ହୃଦୟବିଦାରକ ଘଟଣା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାରେ ଘଟିଛି। ଦୁଇ ଦିନ ପରେ ଘଞ୍ଚ ଜଙ୍ଗଲ ଭିତରୁ ମୁର୍ମୂଷୁ ଅବସ୍ଥାରେ ନାବାଳିକାଙ୍କୁ ଗାଁ ଲୋକେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ବଣାଇ ଥାନା ଅଞ୍ଚଳର ୧୪ ବର୍ଷୀୟା ରେଶ୍ମା(ଛଦ୍ମନାମ) କେବେଠାରୁ ବାପା-ମାଆଙ୍କୁ ହରାଇଥିଲେ। ତେଣୁ ଭାଇଙ୍କ ପାଖରେ ନୂଆ କରି ଜୀବନ ଗଢ଼ୁଥିଲେ। ହେଲେ ସେ କେତେବେଳେ ଗ୍ରାମ ସାଥୀ ଶିବା(ଛଦ୍ମନାମ)ଙ୍କ ପ୍ରେମରେ ପଡ଼ିଗଲେ, ସେ ସମ୍ପର୍କରେ ଜାଣିପାରିଲେ ନାହିଁ। ଆଉ ଏହାର ସୁଯୋଗ ନେଇ ଶିବା ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଭାଇଙ୍କ ଅନୁପସ୍ଥିତ ନିୟମିତ ତାଙ୍କ ଘରକୁ ଆସୁଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ରେଶ୍ମା ଗର୍ଭବତୀ ହୋଇଯାଇଥିଲେ। ଏକଥା ଶିବା ଜାଣିବା ପରେ ତାଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଥିଲା। ତେଣୁ ରେଶ୍ମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା! ଗତ ୭ ତାରିଖ ସନ୍ଧ୍ୟାରେ ଘରେ ରେଶ୍ମା ଏକାକୀ ଥିଲେ। ଠିକ୍‌ ସେହି ସମୟରେ ଶିବା ତାଙ୍କ ଘରେ ପହଞ୍ଚିଥିଲେ। ଆଉ ବାହାନା କରି ଘରୁ ଡାକି ନେଇଥିଲେ। ହେଲେ ରେଶ୍ମା ଜାଣିନଥିଲେ ଶିବାଙ୍କ ମନ ଭିତରର ମାୟା। କାଳ ରାତି ମାଡ଼ିଆସୁଥିଲେ ସୁଦ୍ଧା ତାଙ୍କ ସହିତ ଚାଲି ଯାଇଥିଲେ। ଗାଁଠାରୁ ପ୍ରାୟ ତିନି କିଲୋମିଟର ବାସୁଡ଼ିହି ଗ୍ରାମ୍ୟ ଜଙ୍ଗଲକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଶିବାଙ୍କ ରାକ୍ଷସ ରୂପ ଦେଖିବାକୁ ପାଇଥିଲେ ରେଶ୍ମା। ତାଙ୍କ ହାତ ଓ ଗୋଡ଼ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ମାଡ଼ ଯୋଗୁ ଚେତାହରାଇଥିଲେ ରେଶ୍ମା। ମରିଯାଇଥିବା ଭାବି ତାଙ୍କୁ ସେହି ଜଙ୍ଗଲରେ ଫିଙ୍ଗି ପଳାଇ ଆସିଥିଲେ। ରାତି ତମାମ ଜଙ୍ଗଲରେ ଚେତା ହରାଇ ପଡ଼ିଥିଲେ ରେଶ୍ମା। ରାତି ପାହି ପୁଣି ଦିନ ବୁଡ଼ିବାକୁ ବସିଲାଣି। ଘଞ୍ଚ ଜଙ୍ଗଲରେ ସେମିତି ମୁର୍ମୂଷୁ ଅବସ୍ଥାରେ ପଡ଼ିଥିଲେ ରେଶ୍ମା। ୮ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ କିଛି ଲୋକ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଆସିଥିଲେ। ସେହି ସମୟରେ ହାତ ଓ ଗୋଡ଼ ବନ୍ଧା ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ନାବାଳିକାକୁ ଦେଖି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କୁ ଖବର ଦେଇଥିଲେ। ତା’ପରେ ଗାଁ ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିସହ ପୁଲିସ୍‌କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ଜେପି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ୍‌ର ସୁରକ୍ଷା ବଳୟ ଭିତରେ ଆଜି ପର୍ଯ୍ୟନ୍ତ ନାବାଳିକାଙ୍କ ଚିକିତ୍ସା ଚାଲିଛି। ମେଡ଼ିକାଲ୍‌ ଚେକ୍‌ଅପ୍‌ରେ ନାବାଳିକା ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଆଜି ପୀଡ଼ିତା ସାମାନ୍ୟ ସୁସ୍ଥ ହେବା ପରେ ଗ୍ରାମ ସାଥୀ ଶିବାଙ୍କ ନାଁ କହିଥିଲେ। ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଆଉ କିଛି କହିପାରୁ ନାହାନ୍ତି। ତେବେ ନାବାଳିକା ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ପୁଲିସ୍‌ ଅପେକ୍ଷା କରିଥିବା ଜଣାପଡ଼ିଛି। ସେପଟେ ଅଭିଯୋଗ ଆସିଥିବା ଗ୍ରାମ ସାଥୀ ଫେରାର ଥିବା ଜଣାପଡ଼ିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!