Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶଶୁର ଘରେ ସ୍ତ୍ରୀର ଗଳା କାଟିଦେଲା ସ୍ୱାମୀ

by ସଞ୍ଜୟ ସ୍ୱାଇଁ
September 12, 2024
in Crime, State
ଶଶୁର ଘରେ ସ୍ତ୍ରୀର ଗଳା କାଟିଦେଲା ସ୍ୱାମୀ
114
VIEWS
Share on FacebookShare on Twitter

କପ୍ତିପଦା, (ବାଘୁଆବାର୍ତ୍ତା): ରାଗ ମଣିଷକୁ ବିପଥଗାମୀ କରାଏ। ଅଜାଣତରେ ହେଉ ପଛେ ରାଗ ଯୋଗୁଁ ନିଜର ବହୁତ କ୍ଷତି କରିବାକୁ ମଧ୍ୟ ପଛାଇ ନଥାଏ। ଉତ୍ତେଜିତ ମନୁଷ୍ୟ ଯେତେ‌ବେଳେ ହିତାହିତ ଜ୍ଞାନ ଭୁଲିଯାଏ, ବଡ଼ ଅଘଟଣ ଘଟାଇ ଥାଏ। ଏଭଳି ଏକ ଅଘଟଣ ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି। ଏଠାରେ ଜଣେ ଉତ୍ତେଜିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଗଳା କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୀଡିତ ହେଲେ ପ୍ରଭାତୀ ନାଏକ। ତାଙ୍କର ଅଭିଯୁକ୍ତ ସ୍ବାମୀଙ୍କର ନାମ ବିରଞ୍ଚି ନାଏକ। ସୂଚନା ଅନୁସାରେ କପ୍ତିପଦା ଥାନା ଅନ୍ତର୍ଗତ କଷିବିଲ ଗ୍ରାମର ମଙ୍ଗୁଳୁ ନାଏକଙ୍କ ପୁଅ ବିରଞ୍ଚି କିଛି ବର୍ଷ ହେବ ଶ୍ରୁତିସାହିର ପ୍ରଭାତୀ ନାଏକ (୨୨)ଙ୍କୁ ବିବାହ କରିଥିଲା। ବିବାହର କିଛି ଦିନ ବୈବାହିକ ଜୀବନ ସୁରୁଖୁରୁରେ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ସଂପର୍କରେ ଫାଟ ଦେଖାଯାଇଥିଲା। ବିଭିନ୍ନ କଥାକୁ ନେଇ ପରିବାରରେ କଳିଝଗଡ଼ା ଲାଗି ରହୁଥିଲା। ସେଥି ପାଇଁ ୨ ମାସ ହେବ ପ୍ରଭାତୀ ନିଜ ବାପଘରେ ଆସି ରହୁଥିଲେ। ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି। ଏଠାରେ ଜଣେ ଉତ୍ତେଜିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଗଳା କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୀଡିତ ହେଲେ ପ୍ରଭାତୀ ନାଏକ। ତାଙ୍କର ଅଭିଯୁକ୍ତ ସ୍ବାମୀଙ୍କର ନାମ ବିରଞ୍ଚି ନାଏକ। ତେବେ ଅଭିଯୁକ୍ତ ବିରଞ୍ଚି ଆଜି ଅପରାହ୍‌ଣରେ ଶ୍ବଶୁର ଘରେ ଅଚାନକ ପହଞ୍ଚି ଥିଲା। ପ୍ରଭାତୀଙ୍କୁ ମାରପିଟ କରିଥିଲା। ପୂର୍ବ ଯୋଜନା ଅନୁସାରେ ପ୍ରଭାତୀଙ୍କ ଗଳା କାଟିଥିଲା। ପ୍ରାଣାନ୍ତକ ଆକ୍ରମଣରେ ପ୍ରଭାତୀ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ି ଯାଇଥିଲେ। ବାପଘର ଲୋକେ ପ୍ରଭାତୀଙ୍କୁ କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାଣାନ୍ତକ ଆକ୍ରମଣରେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ଅଛି। ଏହି ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!