Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଘଛାଲ ରାକେଟରେ ଯବାନ, ବୌଦ୍ଧ ଓ ନୟାଗଡ଼ରୁ ତିନି ଗିରଫ

by ସଞ୍ଜୟ ସ୍ୱାଇଁ
September 2, 2024
in Crime, Nayagarh, State
ବାଘଛାଲ ରାକେଟରେ ଯବାନ, ବୌଦ୍ଧ ଓ ନୟାଗଡ଼ରୁ ତିନି ଗିରଫ
315
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାଘ ଛାଲ ବିକ୍ରି ପାଇଁ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ କାଶୀପୁରରେ ଚାଲିଥିଲା ଡିଲ୍‌। ଗ୍ରାହକ ବେଶରେ ଚଢ଼ାଉ କରି ସମ୍ପୃକ୍ତ ରାକେଟକୁ ଧରିଛି ବନ ବିଭାଗ। ଏହି ଅପରେଶନରେ ଜଣେ ଯବାନଙ୍କ ସମେତ ମୋଟ ୭ଜଣଙ୍କୁ ଗିରଫ କରାଯିବା ସହ ଏକ ବାଘଛାଲ ଜବତ ହୋଇଛି। ଗତ ୨୮ ତାରିଖରେ ବାଘଛାଲ ଜବତ ସହ ଅଭିଯୁକ୍ତ ବିଭୂତି ଭୂଷଣ ନାୟକ, ସନତ ଉର୍ମା, ସନ୍ତୋଷ ସାହୁ ଏବଂ ଓଆଇଏସ୍‌ଏଫ୍‌ ଯବାନ ପପୁ ସାହୁଙ୍କୁ ଗିରଫ କରାଯାଇଥିବାବେଳେ ଫେରାର ଥିବା ଅନ୍ୟ ୩ଜଣଙ୍କୁ ଏବେ ବୌଦ୍ଧ ଓ ନୟାଗଡ଼ରୁ ଗିରଫ କରାଯାଇଛି। ସେମାନେ ହେଲେ ପ୍ରବୀଣ କୁମାର ପ୍ରଧାନ, କବିରାଜ ସ୍ବାଇଁ ଓ ଅମିତ ମଲ୍ଲିକ। ପ୍ରବୀଣ ଓ କବିରାଜଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ଅମିତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସେମାନଙ୍କ ନିକଟରୁ ୫ ମୋବାଇଲ, ବାଘ ନିଶ, ବାଘ ଦାନ୍ତ ଓ ବାଘ ନଖ ଆଦି ଜବତ ହୋଇଛି। ନୟାଗଡ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ, ଡବ୍ଲ୍ୟୁସିସିବିର କର୍ମଚାରୀଙ୍କ ଜଏଣ୍ଟ ଟାସ୍କ ଫୋର୍ସଙ୍କ ସହଯୋଗରେ ନଗର ବନଖଣ୍ଡ କର୍ମଚାରୀମାନେ ଏହି ଅପରେଶନରେ ସାମିଲ ଥିଲେ। ଅମିତ ମଲ୍ଲିକ ଶିକାରୀ ହୋଇଥିବା ବେଳେ ଅନ୍ୟମାନେ ଏହି ରାକେଟର ସଦସ୍ୟ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୨୮ ସକାଳେ ତମାଣ୍ଡୋ କାଶୀପୁରରେ ଏକ କଲରାପତରିଆ ବାଘ ଛାଲ ବେପାର ଚାଲିଥିବା ସମ୍ପର୍କରେ ବନ ବିଭାଗ ଖବର ପାଇଥିଲା। ଏହାପରେ ଭୁବନେଶ୍ୱର ନଗର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀମାନେ ସେଠାରେ ପହଞ୍ଚତ୍ଥିଲେ। ବନ ବିଭାଗର ଜଣେ କର୍ମଚାରୀ ଗ୍ରାହକ ବେଶରେ ସନ୍ଦିଗ୍ଧ ବିଭୂତି ଭୂଷଣଙ୍କୁ ଭେଟିଥିଲେ। ଏହାପରେ ବେପାରୀ ସାଜିଥିବା ବନ କର୍ମଚାରୀ ବାଘଛାଲ କଥା ପଚାରିବାରୁ ଅଭିଯୁକ୍ତ ବିଭୂତି ବସ୍ତାରେ ରଖିଥିବା ଛାଲକୁ ଦେଖାଇଥିଲେ। ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ଘେରିଯାଇ ତାଙ୍କୁ କାବୁ କରିବା ସହ ଛାଲ ଜବତ କରିଥିଲେ। ଅଭିଯୁକ୍ତ ବିଭୂତିଙ୍କୁ ପଚରାଉଚରା ବେଳେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ହାସଲ କରି ସେମାନଙ୍କୁ ଗିରଫ କରାଯାଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!