Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହର ଲୋଭ, ୨୧ ବର୍ଷ କରି ଚାଲିଲେ ଦୁଷ୍କର୍ମ, ବାନ୍ଧିଲା ପୁଲିସ୍‌

by ସଞ୍ଜୟ ସ୍ୱାଇଁ
August 31, 2024
in Crime, NATIONAL NEWS
ବିବାହର ଲୋଭ,  ୨୧ ବର୍ଷ କରି ଚାଲିଲେ ଦୁଷ୍କର୍ମ, ବାନ୍ଧିଲା ପୁଲିସ୍‌
147
VIEWS
Share on FacebookShare on Twitter

ଉତ୍ତରପ୍ରଦେଶ, (ବାଘୁଆବାର୍ତ୍ତା): ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୨୧ ବର୍ଷ ଧରି କରି ଚାଲିଲେ ଦୁଷ୍କର୍ମ। ମାତ୍ର ବିବାହ କଥା ଉଠିଲେ ଯୁବତୀଙ୍କୁ ଦେଉଥିଲେ ଅକଥନୀୟ ନିର୍ଯାତନା। ଶେଷରେ ଯୁବତୀଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତାଙ୍କୁ ବାନ୍ଧିଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶ ଭଦୋହିରେ ଘଟିଛି। ପୀଡ଼ିତା ଜଣେ ନର୍ସ ହୋଇଥିବା ବେଳେ ଅଭିଯୁକ୍ତଜଣକ ଜଣେ ଲ୍ୟାବ ଆସିଷ୍ଟାଣ୍ଟ ବୋଲି ଜଣାଯାଇଛି। ଅଭିଯୁକ୍ତଙ୍କ ବୟସ ୫୯ ବର୍ଷ ହୋଇଥିବା ବେଳେ ପୀଡ଼ିତାଙ୍କ ବୟସ ୩୬ ବର୍ଷ। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ୧୫ ବର୍ଷର ହୋଇଥିବା ବେଳେ ନିଜ ପରିବାର ସହ ଏକ ଆପାର୍ଟମେଣ୍ଟରେ ବାରଣାସୀରେ ରହୁଥିଲେ। ସେତେବେଳେ ଅଭିଯୁକ୍ତ ବି ଉକ୍ତ ଆପାର୍ଟମେଣ୍ଟରେ ରହୁଥିଲେ। ପାଠ ପଢ଼ାରେ ସାହାଯ୍ୟ କରିବା ବାହାନାରେ ଅଭିଯୁକ୍ତ ପୀଡ଼ିତାଙ୍କୁ ସେତେବେଳୁ ଯୌନ ଶୋଷଣ କରୁଥିଲେ। ବାହାରେ ଏହ ଘଟଣା ପ୍ରକାଶ ନ କରିବାକୁ ଧମକ ଦେଉଥିଲେ। ସେବେଠୁ ସେ ଲଗାତର ଭାବେ ପୀଡ଼ିତାଙ୍କ ଶୋଷଣ କରୁଥିଲେ। ଏହାପରେ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିବାରୁ ସେ ବାହାରେ ଏହାକୁ ପ୍ରଘଟ କରି ନ ଥିଲେ। ଇତି ମଧ୍ୟରେ ପୀଡ଼ିତା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ନର୍ସ ଭାବେ ଚାକିରି ପାଇବା ସହ ସରକାରୀ କ୍ୱାର୍ଟର୍ସରେ ରହିଥିଲେ। ଅଭିଯୁକ୍ତଜଣକ ସେଠାକୁ ଯାଇ ମଧ୍ୟ ନର୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ନର୍ସଜଣକ ବିବାହ କଥା କହିବାରୁ ସେ ତାଙ୍କୁ ପ୍ରବଳ ପିଟୁଥିଲେ। ଏଥିରେ ଅତିଷ୍ଠ ହୋଇ ନର୍ସଜଣକ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ପୀଡ଼ିତା ନର୍ସଙ୍କ ଡାକ୍ତରୀ ମାଇନା କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!