ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ମେଡିକାଲ ଷ୍ଟାଣ୍ଡରେ ଦୀର୍ଘଦିନ ଦିନ ଧରି ଏକ ଜାଗାରେ ପାନ ଦୋକାନ ଓ ଲସି ଦୋକାନ କରୀ ଚଳାଇ ଆସୁଥିଲେ କନ୍ଧନୟାଗଡ଼ ଗ୍ରାମର ପ୍ରହଲ୍ଲାଦ ବରାଡ଼ । ବେପାର ବଢ଼ିବା ପରେ ନୂଆସାହି ର ଅଲେଖ ପରିଡାଙ୍କୁ ବିଶ୍ବାସ କରି ଲସି ଦୋକାନ ସମ୍ଭାଳିବାକୁ ଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ରାସ୍ତା ସମ୍ପ୍ରସାରଣ ନିମନ୍ତେ ଦୋକାନ ବଜାର ସ୍ଥାନାନ୍ତର ହେଉଥିବା ବେଲେ ପ୍ରହଲ୍ଲାଦ ମଧ୍ୟ ସେଥିରୁ ବାଦ୍ ପଡ଼ିନଥିଲେ । ତେବେ ଏହି ପରିପ୍ରେକ୍ଷୀରେ ଦୋକାନ କ୍ୟାବିନକୁ ପଛକୁ ସ୍ଥାନାନ୍ତର କରିବା ପରେ ତାଙ୍କ ପାଖରେ ଥିବା କର୍ମଚାରୀ ଅଲେଖ ପରିଡ଼ା ଜବରଦସ୍ତ ସେ ଜାଗାରୁ ଦୋକାନକୁ ହଟାଇଥିଲେ ଏବଂ ପ୍ରହଲ୍ଲାଦ ଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ପ୍ରହଲ୍ଲାଦ ଆକ୍ରମଣର ଶିକାର ହେବା ପରେ ଗୁରୁତର ଅବସ୍ଥାରେ ଚାନ୍ଦପୁର ବସନ୍ତି ମଞ୍ଜରୀ ସ୍ବାସ୍ଥ୍ୟ ନିବାସରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର କୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଅଲେଖଙ୍କ ଆକ୍ରମଣରେ ପ୍ରହଲ୍ଲାଦ ଙ୍କ ମୃତ୍ୟୁ ଘଟିଛି ବୋଲି ପ୍ରହଲ୍ଲାଦଙ୍କ ପରିବାର ଲୋକେ ଚାନ୍ଦପୁର ଥାନାରେ ମୃତ ଦେହକୁ ରଖି ଏକ ଲିଖିତ ଅଭିଯୋଗ ଆଣିବା ପରେ ଚାନ୍ଦପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶବକୁ ବ୍ୟବଛେଦ ପାଇଁ ପଠାଇଛି। ତେବେ ଏ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ଘଟଣାରେ ଦୋଷୀ କୁ ଧରିବାରେ ନିଷ୍କ୍ରିୟତା ଦେଖିବାକୁ ମିଲୁଛି।





