Monday, August 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜର ୪ ଠିକା କର୍ମଚାରୀ ହନି ଟ୍ରାପ୍‌ରେ ପଡ଼ି ଶତ୍ରୁକୁ ଦେଉଥିଲେ ଗୁପ୍ତ ତଥ୍ୟ

by ସଞ୍ଜୟ ସ୍ୱାଇଁ
September 15, 2021
in Crime, State
ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜର ୪ ଠିକା କର୍ମଚାରୀ ହନି ଟ୍ରାପ୍‌ରେ ପଡ଼ି ଶତ୍ରୁକୁ ଦେଉଥିଲେ ଗୁପ୍ତ ତଥ୍ୟ
72
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): କେବଳ ଟଙ୍କା ପାଇଁ ନୁହେଁ, ହନିଟ୍ରାପ୍‌ରେ ପଡ଼ି ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଇ ଦେଉଥିଲେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜର ୪ ଠିକା କର୍ମଚାରୀ। ତଥ୍ୟ ଲିକ୍‌ ପରି ସାଂଘାତିକ ଅଭିଯୋଗରେ ଗତକାଲି ଏହି ୪ ଠିକା କର୍ମଚାରୀ ବନ୍ଧା ହୋଇଥିବା ବେଳେ ଆଜି ମିଳିଛି ହନି ଟ୍ରାପ୍‌ ଲିଙ୍କ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, DRDOର ଗିରଫ ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ଗିରଫ ୪ ଜଣ ହନି ଟ୍ରାପ୍‌ରେ ପଡ଼ି ଶତ୍ରୁପକ୍ଷ ସହ ହାତ ମିଳାଇ ଥିଲେ। ସେମାନେ ସମ୍ପୃକ୍ତ ମହିଳାଙ୍କ ପ୍ରେମରେ ପଡ଼ି ଗୁପ୍ତ ତଥ୍ୟ ଦେଉଥିଲେ। ଏପରିକି ମହିଳାଙ୍କ ଆକାଉଣ୍ଟରୁ ସେମାନଙ୍କ ନିକଟକୁ ଟଙ୍କା ଆସୁଥିବା ପ୍ରମାଣ ବି ମିଳିଛି ବୋଲି ଜଣେ ପୁଲିସ୍‌ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ପାକିସ୍ତାନ ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୁଲିସ୍ ଗତକାଲି ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ ITRର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିବା ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କ୍‌ରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛି । ଗତକାଲି ଗିରଫ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ନାଁ ପୁଲିସ୍‌ କହିଥିବା ବେଳେ ଆଜି ଚତୁର୍ଥ ବ୍ୟକ୍ତିଙ୍କ ନାଁ ବି କହିଛି। ଗତକାଲି ଗିରଫ ୩ ଜଣ ହେଲେ ବସନ୍ତ ବେହେରା, ପ୍ରକାଶ ବେହେରା ଏବଂ ଶେଖ୍ ମୁସାକ୍ । ଏହାବାଦ ଗିରଫ ହୋଇଥିବା ଚତୁର୍ଥ ବ୍ୟକ୍ତିଜଣକ ହେଲେ ହେମନ୍ତ ମିସ୍ତ୍ରୀ । ସେ ଡିଜି ଅପରେଟର ଭାବେ କାମ କରୁଥିଲା । ସମସ୍ତ ଅଭିଯୁକ୍ତ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ସୂଚନା ମିଳିଛି । ଦେଶରେ ରହି ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ଥିଲେ ଏହି ୪ ଅଭିଯୁକ୍ତ । ବିଦେଶୀ ସଂସ୍ଥା ସହ ଲିଙ୍କରେ ରହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଘଟ କରୁଥିଲେ । ଏ ସମ୍ପର୍କିତ ଠୋସ୍ ପ୍ରମାଣ ପାଇବା ପରେ କିଛି ଦିନ ହେବ ଜାଲ ବିଛାଇଥିବା ବାଲେଶ୍ୱର ପୁଲିସର ସ୍ପେଶାଲ ସ୍କ୍ୱାର୍ଡ଼ ଗତକାଲି ସମସ୍ତଙ୍କୁ ଉଠାଇ ନେଇଥିଲା । ଦେଶର ସୁରକ୍ଷା ପାଇଁ ଯେଉଁଠୁ ମିଜାଇଲ୍ ଓ ଅନ୍ୟ ଯୁଦ୍ଧାସ୍ତ୍ର ପରୀକ୍ଷଣ ହୁଏ, ଶତ୍ରୁପକ୍ଷଙ୍କ ହାତକୁ ଯାଇଛି ସେହି ସ୍ଥାନର ସମ୍ବେଦନଶୀଳ ତଥ୍ୟ । ଆଉ ଏଭଳି ଦେଶଦ୍ରୋହ କାର୍ଯ୍ୟକଳାପ ସହ ଜଡ଼ିତ ୪ ସନ୍ଦିଗ୍ଦଙ୍କୁ ବାନ୍ଧିଛି ବାଲେଶ୍ୱର ପୁଲିସ। ମିଳିଥିବା ସୂଚନା ଅନୁଯାୟୀ, ୪ ଅଭିଯୁକ୍ତଙ୍କ ମଧ୍ୟରୁ ବସନ୍ତ ବେହେରା ହେଉଛି ମାଷ୍ଟରମାଇଣ୍ଡ । ଯିଏ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ AC ଅପରେଟର୍ ଥିଲା । ଅନ୍ୟ ୩ ଜଣ ମଧ୍ୟ ଲଞ୍ଚପ୍ୟାଡ୍‌ରେ ଠିକା ଶ୍ରମିକ ଭାବେ କାମ କରୁଥିଲେ । ବସନ୍ତ ପାଖକୁ ଇଣ୍ଟରନ୍ୟାସନାଲ୍ ଫୋନ୍ କଲ୍ ଆସୁଥିଲା ପାକିସ୍ତାନ-ରାଜସ୍ଥାନ ସୀମାନ୍ତରୁ। ସେହି ଫୋନ୍ କଲ୍ ମାଧ୍ୟମରେ ଏହି ୪ଜଣ ଯୋଗାଯୋଗରେ ଥିଲେ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବଂ ବିଦେଶୀ ସଂସ୍ଥା ସହ ତଥ୍ୟ ପ୍ରଘଟ ବାବଦକୁ ଏମାନେ ମୋଟା ଅଙ୍କର ପାଉଣା ପାଉଥିଲେ । ଶେଷରେ ଗୁଇନ୍ଦା ତଥ୍ୟ ଆଧାରରେ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ୬ ଜଣିଆ ଟିମ୍। ଏହାପରେ ଗତ ୩ ଦିନ ଧରି ତନାଘନା କରି ଶେଷରେ ଗତକାଲି ଏହି ୪ ଜଣଙ୍କୁ ଗିରଫ କରିଥିଲା ପୁଲିସ୍‌। ପାକିସ୍ଥାନ ଗୁଇନ୍ଦା ସଂସ୍ଥା ISIକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପ୍ରଘଟ ନୂଆ ନୁହେଁ । ୨୦୧୫ରେ ଚାନ୍ଦିପୁର ITRର ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଗିରଫ କରି ଜେଲ୍ ପଠାଇଥିଲା ପୁଲିସ । ଦେଶଦ୍ରୋହ ମାମଲାରେ ଈଶ୍ୱର ଜେଲରେ କାଟୁଛି ଆଜୀବନ ସଜା । ୬ ବର୍ଷ ପରେ ପୁଣି ଥରେ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଲିକ୍ ଆଶଙ୍କାରେ ୪ ଠିକା କର୍ମଚାରୀଙ୍କୁ ଧରିବା ପରେ ଏମାନେ ବାସ୍ତବରେ କାହା ପାଇଁ ଗୁପ୍ତଚର ସାଜିଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ। ଏହାବାଦ ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି , କେତେଦିନ ଧରି ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଦେଇ ଚାଲୁଥିଲେ ଶତ୍ରୁପକ୍ଷଙ୍କୁ ,ଏମିତି ଏକାଧିକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!