ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଉପକଣ୍ଠ ପିଡବ୍ଲୁଡି ଲେନରେ ରହୁଥିବା ଜଣେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କ ଘରୁ ଚୋରିର ୫ ଘଣ୍ଟା ମଧ୍ୟରେ ଚୋରକୁ ଧରିଲା ପୋଲିସ । ସୂଚନା ଅନୁଜାଇ ନୟାଗଡ଼ ପିଡବ୍ଲୁଡି ଲେନରେ ରହୁଥିବା ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମହେଶ ମିଶ୍ରଙ୍କ ଘରୁ ଗତ ୨୭ ତାରିଖ ଦିନ ମଧ୍ୟ ରାତିରେ କେହିନଥିବାର ସୁଯୋଗ ନେଇ ଜଣେ ଦୃବୁତ ଘରର ଖିଡିକି ଭାଙ୍ଗି ଘରେ ଥିବା ଗ୍ୟାସ ଚୁଲା ସମେତ ପାଖପାଖି ୧୫ ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରିନେଇଥିଲା । ତେବେ ଚୋରି ବେଳର ସମସ୍ତ ଘଟଣା ଋମରେ ଲାଗିଥିବା ସିସି ଟିଭିରେ କଏଦ ହୋଇଥିଲା । ମହେଶ ଚୋରି ସମ୍ପର୍କରେ ଜାଣିବା ପରେ ଏ ନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସିସି ଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ପରେ ଚୋର ଜଣଙ୍କ ନୟାଗଡ଼ ପୁରୁଣା ସହରର ସମୀର ନାଏକ ହୋଇଥିବା ଜାଣିବା ପରେ ତାଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ପଚରା ଉଚରା ଜାରି ରଖିଛି । ସେପଟେ ଚୋରି ସାମଗ୍ରୀ ଉଦ୍ଧାର ହୋଇପାରି ନାହିଁ ।





